TBW Students Cricket League 2024 | Season-1 : League Matches start in October 1st Week
TBW Students Cricket League 2024 | Season-1
ଲିଗ୍ ପର୍ଯ୍ୟାୟ ପାଇଁ ଟିମ୍ ଗଠନ ପ୍ରକ୍ରିୟା ଆରମ୍ଭ
- Teen Widyakars. Mentor: Mr Asutosh Das - Captain: Ms Gayatri
- Rising Stars. Mentor: Mr Premjit - Captain: Biswa
- The Skywalkers. Mentor: Mr Binod Behera- Captain: Priyanshu
- Sky Warriors. Mentor: Mr Sanatan Jagmohan- Captain: Manas
- Amogha Avengers. Mentor: Mr Devi Sen- Captain: Sumit Roul
- Utkal Unicorns. Mentor: Mr Jayram Rath- Captain: Omm Prakash
- Kalinga Warriors. Mentor: Mr Debasish- Captain: Parthasarathi
- The Garudas. Mentor: Mr Asmit Rout- Captain: Mrityunjaya
- Amogha Mavericks. Mentor: Mr Bhawani- Captain: Suryakanta
- Supreme Spartans. Mentor: Mr Dhananjay - Captain: Tapas
ଜରୁରୀ ସୂଚନା :
👉 TBW Students Cricket League 2024 Season-1 ଲାଇଭ ଅଡିସନ ପର୍ଯ୍ୟାୟ ଶେଷ ହୋଇ ସାରିଛି | ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ମୋଟ 400 ଜଣ ଉଭୟ ବାଳକ ଓ ବାଳିକା ଖେଳାଳି Talent Hunt ବା ଲାଇଭ ଅଡିସନରେ ଭାଗ ନେଇଥିଲେ |
👉 ସେମାନଙ୍କ ମଧ୍ୟରୁ Top-100 MVP ବା ପ୍ରତିଭାଶାଳୀ ଖେଳାଳିମାନଙ୍କ ସୂଚୀ ଜାରି କରାଯାଇ ସାରିଛି |
👉 ବର୍ତ୍ତମାନ Tournament ର ସମୟକୁ ସମସ୍ତଙ୍କୁ ଅପେକ୍ଷା |
👉 ଦଶହରା ଛୁଟି ବା ଅକ୍ଟୋବର ମାସ ପ୍ରଥମ ସପ୍ତାହରେ ଏହି TBW Students Cricket League 2024 Season-1 ଅନୁଷ୍ଠିତ ହେବ |
👉 ମୋଟ 3-4 ଦିନ ପାଇଁ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ |
👉 ଅଡିସନର ଶ୍ରେଷ୍ଠ ଖେଳାଳିମାନଙ୍କ ମଧ୍ୟରୁ Top-10 MVP ମାନଙ୍କୁ ନିଜ ନିଜ ଦଳର କ୍ୟାପଟେନ ହେବାର ସମ୍ମାନଜନକ ସୁଯୋଗ ପ୍ରଦାନ କରାଯିବ |
👉 ଉତ୍ସାହଜନକ ବିଷୟ ଏହାଯେ Top-10 ମଧ୍ୟରେ ଜଣେ ବାଳିକା ଖେଳାଳି ଏକ ଟିମର କ୍ୟାପିଟେନସିପ କରିବେ !
👉 ପ୍ରତ୍ୟେକ ଦଳ ପାଇଁ ଜଣେ ଲେଖାଏଁ ମେଣ୍ଟର୍ ନିୟୋଜିତ ହେବେ | ଏମାନେ ଶୃଙ୍ଖଳା ବଜାୟ ରଖିବା, ଉଚିତ ରଣନୀତିରେ ଦଳ ଚୟନ କରିବା ଦିଗରେ ମାର୍ଗଦର୍ଶକଙ୍କର ଭୂମିକା ତୁଲାଇବେ |
👉 ଯଦି ଦଳର ସମନ୍ୱୟ ଏବଂ ସଫଳତା ପାଇଁ ଆବଶ୍ୟକ ହୁଏ, ତେବେ ଦଳର ଅଧିନାୟକ ପରିବର୍ତ୍ତନ କରିବାର ଅଧିକାର ମଧ୍ୟ ଏହି ମେଣ୍ଟର୍ ମାନଙ୍କର ଅଛି |
👉 ମେଣ୍ଟର୍ ଓ କ୍ୟାପଟେନମାନେ ଉତ୍ତମ ରଣନୀତି ପ୍ରସ୍ତୁତ କରି ବିଡିଂ ପ୍ରକ୍ରିୟା ମାଧ୍ୟମରେ ଆଶାୟୀ ଖେଳାଳିମାନଙ୍କ ମଧ୍ୟରୁ ନିଜ ଟିମ୍ ପାଇଁ ଖେଳାଳି ଚୟନ କରିବେ |
👉 ସେମାନେ ଅଡିସନରେ ଭାଗ ନେଇଥିବା ଯେକୌଣସି ଖେଳାଳିକୁ ଚୟନ କରିପାରିବେ; ଅର୍ଥାତ କେବଳ Top-100ରୁ ବାଛିବା ଜରୁରୀ ନୁହେଁ |
👉 ମେଣ୍ଟର ଓ କ୍ୟାପଟେନମାନେ ସେମାନଙ୍କୁ ମିଳିଥିବା 2 ଲକ୍ଷ ପଏଣ୍ଟ ସହିତ ନିଜ ନିଜର ପସନ୍ଦର ଖେଳାଳିଙ୍କ ପାଇଁ ଏକ ରୋମାଞ୍ଚକର ପ୍ରତିଯୋଗିତାରେ ପ୍ରତିଦ୍ୱନ୍ଦ୍ୱିତା କରିବେ |
👉 ପ୍ରତ୍ୟେକ ଦଳ ଅତିକମରେ 15 ଖେଳାଳିଙ୍କୁ ଅନ୍ତର୍ଭୁକ୍ତ କରିବା ଜରୁରୀ | Playing 11 ମଧ୍ୟରେ 1ଟି ବାଳିକା ଖେଳାଳି ରହିବା ବାଧ୍ୟତା ମୂଳକ |
👉 ଧ୍ୟାନ ରଖନ୍ତୁ ଯେ ବିଡିଂ ପ୍ରକ୍ରିୟା କେବଳ ପଏଣ୍ଟଗୁଡିକ ଉପରେ ହିଁ ପର୍ଯ୍ୟବସିତ | ଏହି ପ୍ରକ୍ରିୟାରେ କୌଣସି ମୂଲ୍ୟ କିମ୍ବା ଅତିରିକ୍ତ ସୁବିଧା ସାମିଲ୍ ନାହିଁ |
👉 ଅଡିସନରେ ଭାଗ ନେଇଥିବା ଯେଉଁ ଖେଳାଳିମାନେ ଏହି TBW Students Cricket Leagueରେ ଭାଗ ନେବାକୁ ଇଚ୍ଛୁକ, ସେମାନେ ଏକ Declaration Form ରେ ନିଜର ଓ ନିଜ ଅଭିଭାବକଙ୍କ ହସ୍ତାକ୍ଷର ସହିତ ଆମକୁ email କରିବାକୁ ହେବ |
👉 Declaration Form ଜମା କଲାପରେ କୌଣସି ବୈଧ କାରଣ ବିନା ଯଦି ଲିଗ୍ ମ୍ୟାଚ୍ ଗୁଡିକରେ ଭାଗ ନିଅନ୍ତି ନାହିଁ, ବା ମଝିରୁ withdraw କରନ୍ତି, ସେମାନେ ଭବିଷ୍ୟତର TBW WiSCL ସମସ୍ତ ଇଭେଣ୍ଟ୍ ଗୁଡିକରୁ ବାଦ୍ ପଡିବା ଭଳି କଠୋର ପରିଣାମର ସମ୍ମୁଖୀନ ହେବେ | ଲିଗ୍-ର ଅଖଣ୍ଡତା ଏବଂ ଉତ୍ତମ ପରିଚାଳନା ସୁନିଶ୍ଚିତ କରିବାପାଇଁ, ଏ କ୍ଷେତ୍ରରେ TBW WiSCL କମିଟିର ନିଷ୍ପତ୍ତି ଚୂଡାନ୍ତ ଏବଂ ବାଧ୍ୟତାମୂଳକ ଅଟେ |
👉 ପ୍ରତ୍ୟେକ ଟିମର ଖେଳାଳି ମାନଙ୍କ ଗମନାଗମନ ଓ ରହିବାର ବ୍ୟବସ୍ଥା Organising Committee ତରଫରୁ କରାଯିବ | ଏ ବିଷୟରେ ଅଧିକ ସୂଚନା ଶୀଘ୍ର ଇଚ୍ଛୁକ ଖେଳାଳିଙ୍କୁ ଜଣାଇ ଦିଆଯିବ |
👉 ତେଣୁ, Top-10 MVP ନିଜ ନିଜ ଟିମ ଗଠନ ପାଇଁ Strategy କରିବା ଆରମ୍ଭ କରିଦିଅନ୍ତୁ |
👉 ଟୁର୍ଣ୍ଣାମେଣ୍ଟର ନିୟମାବଳୀ ଟିମ ଗଠନ ପରେ ଜାରୀ କରାଯିବ |
👉 ଅଡିସନରେ ଭାଗ ନେଇଥିବା ସମସ୍ତ ଖେଳାଳିମାନଙ୍କ ବିବରଣୀ ଓ 🏏 ଖେଳିବା ଶୈଳୀ ଆମର ‘KahuchiTBW’ YouTube ଚ୍ୟାନେଲରେ ଉପଲବ୍ଧ |
Click କରନ୍ତୁ 👉🏏🏏🏏👈
👉 ଅଡିସନରେ ଭାଗ ନେଇଥିବା ଯେକୌଣସି ଖେଳାଳିଙ୍କୁ ମେଣ୍ଟର ଓ କ୍ୟାପଟେନ ଚୟନ କରିପାରିବେ; ଅର୍ଥାତ କେବଳ Top-100ରୁ ବାଛିବା ଜରୁରୀ ନୁହେଁ | ଖେଳାଳି ଚୟନର ଦାୟିତ୍ୱ କେବଳ ଅଧିନାୟକ ଓ ମେଣ୍ଟରମାନଙ୍କର |
Tournament Rules: League Matches & Play-offs
👉 Each team is scheduled to play FOUR League Matches (10 overs each) , facing off against the other FOUR teams.
👉 The Girl Player to Open the batting and to bowl One over in Power Play overs (1st 4 overs in a match).
👉 Amogha Card Rule for batting side: The batter can opt for Amogha Card and continue to play immediately after getting out (only once). The Power Play will end if the Boy batter opts it within the Power Play overs.
👉 However if a girl player opts for the Amogha Card the Power Play will continue until the 1st four overs.
👉 Amogha Card Rule for Bowling side: One bowler can bowl additional over from his/her Over limit. For Example: 3 overs in 10 overs match.
👉 Four points awarded for a win. An additional bonus point is up for grabs based on the Winning Margin (Chasing in 8 overs or Winning margin of 25%).
👉 One Additional Bonus Point for winning team if the Girl Player(s) scores minimum 15 runs and/or takes 2 Wickets.
👉 The Powerplay overs (First FOUR Overs) with only SIX players allowed inside the box during Powerplay overs, including the bowlers.
👉 No fielder replacements are allowed during the Powerplay.
👉 One Impact Player : A Boy Player can replace only another Boy Player, but a Girl Player can replace any player as the Impact Player.
👉 LBW out or Leg bye runs are not included.
👉 Top 8 teams to Qualify for Knock Outs.
👉 Knock Out Matches will be of 15 overs each.