Top 10 ପାଠ - ଖବର KahuchiTBW(14.07.2026)



1.
କେଜିରୁ ପିଜି ମାଗଣା ଶିକ୍ଷା ପାଇଁ ଏସଓପି (SOP) ଜାରି

ମାଗଣା ଆଡମିସନ୍, ଫି' ଫେରସ୍ତ ଏବଂ ୭୫% ଉପସ୍ଥାନ ବାଧ୍ୟତାମୂଳକ


15 July 2026

KahuchiTBW: ରାଜ୍ୟ ସରକାରଙ୍କ 'ଜ୍ଞାନୋଦୟ - ଶିକ୍ଷାରୁ ସମୃଦ୍ଧି' ଯୋଜନାର ଗାଇଡଲାଇନ ପ୍ରକାଶ ପାଇଛି। ଏଣିକି ସରକାରୀ ଓ ଅନୁଦାନପ୍ରାପ୍ତ କଲେଜରେ କେଜିରୁ ପିଜି ପର୍ଯ୍ୟନ୍ତ ଆଡମିସନ ସମ୍ପୂର୍ଣ୍ଣ ମାଗଣା ହେବ। ତେବେ ପ୍ରଫେସନାଲ ବା ସେଲ୍ଫ ଫାଇନାନ୍ସିଂ କୋର୍ସ ଏଥିରେ ସାମିଲ ହେବ ନାହିଁ। ଯେଉଁମାନେ ପୂର୍ବରୁ ଫି' ଦେଇଛନ୍ତି ସେମାନଙ୍କୁ ସାମ୍ସ (SAMS) ପୋର୍ଟାଲ ଜରିଆରେ ଟଙ୍କା ଫେରସ୍ତ କରାଯିବ। ଏହି ଯୋଜନାର ଲାଭ ଉଠାଇବାକୁ ହେଲେ ଛାତ୍ରଛାତ୍ରୀଙ୍କର ସର୍ବନିମ୍ନ ୭୫ ପ୍ରତିଶତ ଉପସ୍ଥାନ ବାଧ୍ୟତାମୂଳକ କରାଯାଇଛି।


2. ବିଦ୍ୟାଳୟ ପରିଚାଳନା କମିଟିର ପୁନର୍ଗଠନ ନିର୍ଦ୍ଦେଶ

କମିଟିରେ ରହିବେ ୭୫% ଅଭିଭାବକ, ଗଠନ ହେବ ଦୁଇଟି ସବ୍-କମିଟି


15 July 2026

KahuchiTBW: ରାଜ୍ୟର ସମସ୍ତ ସରକାରୀ ସ୍କୁଲରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି। ଚଳିତ ମାସ ସୁଦ୍ଧା ସବୁ ସ୍କୁଲରେ ନୂତନ ବିଦ୍ୟାଳୟ ପରିଚାଳନା କମିଟି (SMC) ଗଠନ କରାଯିବ। ଏହି କମିଟିରେ ସର୍ବାଧିକ ଗୁରୁତ୍ୱ ଦେଇ ୭୫% ସଦସ୍ୟ ଭାବେ ଅଭିଭାବକମାନଙ୍କୁ ସାମିଲ କରାଯିବ। ସ୍କୁଲର ଉନ୍ନତି ପାଇଁ ଏହା ଅଧୀନରେ 'ବିଦ୍ୟାଳୟ ନିର୍ମାଣ' ଏବଂ 'ଏକାଡେମିକ୍' ନାମକ ଦୁଇଟି ସ୍ୱତନ୍ତ୍ର ସବ୍-କମିଟି ମଧ୍ୟ କାର୍ଯ୍ୟ କରିବ।


3. ସାହିତ୍ୟ ସୁରଭି (ଅଷ୍ଟମ ଶ୍ରେଣୀ) "ଆସ ଉତ୍କଳୀୟ" କବିତାର ସମ୍ପୂର୍ଣ୍ଣ ସହଜ ବ୍ୟାଖ୍ୟା

ନୂତନ ପାଠ୍ୟକ୍ରମ ଅନୁଯାୟୀ କବିତାର ସାରାଂଶ, କଠିନ ଶବ୍ଦାର୍ଥ ଏବଂ ପରୀକ୍ଷା ଉପଯୋଗୀ ପ୍ରଶ୍ନୋତ୍ତରର ସରଳ ସମାଧାନ।



15 July 2026

KahuchiTBW: ଆପଣଙ୍କ ପାଠପଢ଼ାକୁ ସହଜ କରିବା ପାଇଁ KahuchiTBW ନେଇ ଆସିଛି ଅଷ୍ଟମ ଶ୍ରେଣୀ 'ସାହିତ୍ୟ ସୁରଭି' ବହିର ପ୍ରଥମ ଅଧ୍ୟାୟ, "ଆସ ଉତ୍କଳୀୟ" କବିତାର ସମ୍ପୂର୍ଣ୍ଣ ଏବଂ ସହଜ ବ୍ୟାଖ୍ୟା। ଏହି ଭିଡିଓରେ ଆମେ କବିତାର ମର୍ମ, କଠିନ ଶବ୍ଦର ଅର୍ଥ ଏବଂ ପରୀକ୍ଷା ଉପଯୋଗୀ ପ୍ରଶ୍ନୋତ୍ତର ବିଷୟରେ ସରଳ ଭାବରେ ଆଲୋଚନା କରିଛୁ। ପାଠଟିକୁ ଭଲ ଭାବରେ ବୁଝିବା ପାଇଁ ଏବଂ ପରୀକ୍ଷାରେ ଭଲ ନମ୍ବର ରଖିବା ପାଇଁ ତୁରନ୍ତ ତଳେ ଦିଆଯାଇଥିବା ଲିଙ୍କରେ କ୍ଲିକ୍ କରି ପୁରା ଭିଡିଓଟିକୁ ଦେଖନ୍ତୁ।
 


4. ଯୁକ୍ତ ତିନି ନାମଲେଖାରେ ହ୍ରାସ ପାଇଲା ସିଟ୍ ସଂଖ୍ୟା

କଟକ ସମେତ ବିଭିନ୍ନ କଲେଜରେ ସିଟ୍ କମିବାରୁ ଛାତ୍ରଛାତ୍ରୀ ଚିନ୍ତାରେ


15 July 2026

KahuchiTBW: ଚଳିତ ଶିକ୍ଷାବର୍ଷରେ ଯୁକ୍ତ ତିନି (ଡିଗ୍ରୀ) ନାମଲେଖା ପାଇଁ ରାଜ୍ୟର ଅନେକ କଲେଜରେ ସିଟ୍ ସଂଖ୍ୟା ହ୍ରାସ ପାଇଛି। ସାମ୍ସ (SAMS) ପୋର୍ଟାଲରେ ପ୍ରକାଶିତ ତଥ୍ୟ ଅନୁଯାୟୀ କେବଳ କଟକର ବିଭିନ୍ନ କଲେଜରେ ପ୍ରାୟ ୧୦୦ ସିଟ୍ କମିଯାଇଛି। ଏହାଫଳରେ ଉଚ୍ଚଶିକ୍ଷା ଆଶାୟୀ ଥିବା ହଜାର ହଜାର ଛାତ୍ରଛାତ୍ରୀ ନିଜର ଆଡମିସନକୁ ନେଇ ଆଶଙ୍କାରେ ପଡ଼ିଛନ୍ତି। ଅନ୍ୟପଟେ ନାମଲେଖା ସହଜ କରିବାକୁ ରେଗୁଲାର, ସେଲ୍ଫ-ଫାଇନାନ୍ସିଂ ଏବଂ ମିଶ୍ରିତ ଆଦି ତିନୋଟି କାଟାଗୋରୀ ବିକଳ୍ପ ଦିଆଯାଇଛି।


5. ପଞ୍ଚାୟତ ସ୍ତରରେ ନିରବଚ୍ଛିନ୍ନ ଅନଲାଇନ୍ ଶିକ୍ଷା ଉପରେ ଗୁରୁତ୍ୱ

ଭାରତନେଟ୍ ଉପକରଣର ସୁରକ୍ଷା ପାଇଁ ଜିଲ୍ଲାପାଳମାନଙ୍କୁ କଡ଼ା ନିର୍ଦ୍ଦେଶ


15 July 2026

KahuchiTBW: ଗ୍ରାମାଞ୍ଚଳରେ ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ୍ ଶିକ୍ଷା ଏବଂ ଇ-ସେବାକୁ ସୁଗମ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ପଞ୍ଚାୟତଗୁଡ଼ିକରେ ଲାଗିଥିବା ଭାରତନେଟ୍ ଉପକରଣଗୁଡ଼ିକର ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ସୁରକ୍ଷା ଦିଗରେ ଦୃଷ୍ଟି ଦେବାକୁ ସମସ୍ତ ଜିଲ୍ଲାପାଳଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଏହାଦ୍ୱାରା ୨୪ ଘଣ୍ଟିଆ ଇଣ୍ଟରନେଟ୍ ସେବା ମିଳିପାରିବ ଏବଂ ପିଲାମାନେ ନିଜ ନିଜ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବିନା ବାଧାରେ ଅନଲାଇନ୍ ପାଠପଢ଼ା ଜାରି ରଖିପାରିବେ।


6. ବିଇଡି (B.Ed) ଓ ଏମଇଡି (M.Ed) ପ୍ରବେଶିକା ପରୀକ୍ଷାର ଫଳାଫଳ ଘୋଷଣା

ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସାମ୍ସକୁ ହସ୍ତାନ୍ତର କରାଗଲା ଫାଇନାଲ ରେଜଲ୍ଟ


15 July 2026

KahuchiTBW: ଚଳିତ ବର୍ଷ ରାଜ୍ୟ ସ୍ତରରେ ଅନୁଷ୍ଠିତ ହୋଇଥିବା ବି.ଏଡ୍ (B.Ed), ବି.ଏଚ.ଏଡ୍ (B.H.Ed) ଏବଂ ଏମ୍.ଏଡ୍ (M.Ed) ପ୍ରବେଶିକା ପରୀକ୍ଷା-୨୦୨୬ ର ଫଳାଫଳ ପ୍ରକାଶ ପାଇଛି। ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପରୀକ୍ଷାର ଫାଇନାଲ୍ ଆନ୍ସର କି' ଏବଂ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ତାଲିକାକୁ ପରବର୍ତ୍ତୀ ନାମଲେଖା କାର୍ଯ୍ୟାନୁଷ୍ଠାନ ପାଇଁ ସାମ୍ସ (SAMS) କୁ ବିଧିବଦ୍ଧ ଭାବେ ପ୍ରଦାନ କରାଯାଇଛି। ଖୁବଶୀଘ୍ର ପୋର୍ଟାଲ ମାଧ୍ୟମରେ କାଉନସେଲିଂ ଏବଂ ଆଡମିସନ ପ୍ରକ୍ରିୟାର ଆନୁଷ୍ଠାନିକ ଶୁଭାରମ୍ଭ ହେବ।


7. ପ୍ରବଳ ବର୍ଷା ବିପତ୍ତି, ସ୍କୁଲ ଛୁଟି ଘୋଷଣା କଲା ଜିଲ୍ଲା ପ୍ରଶାସନ

ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲାର ସମସ୍ତ ବିଦ୍ୟାଳୟ ବନ୍ଦ


15 July 2026

KahuchiTBW: ରାଜ୍ୟରେ ମୌସୁମୀ ସକ୍ରିୟ ହେବା ସହ ବିଭିନ୍ନ ଅଞ୍ଚଳରେ ଲାଗି ରହିଥିବା ପ୍ରବଳରୁ ଅତି ପ୍ରବଳ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ବିଶେଷକରି ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଏବଂ ଯାତାୟାତରେ ଘୋର ସମସ୍ୟା ଉପୁଜିଥିବାରୁ, ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାପାଳ ଆଜି ପାଇଁ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି। ପାଣିପାଗ ଉପରେ ନଜର ରଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି।


8. ସିପିଇଟି (CPET) ୨୦୨୬ ମାର୍କ ପାଇଁ ଆପତ୍ତି ଗ୍ରହଣ ପ୍ରକ୍ରିୟା ଶେଷ

ସାଧାରଣ ପିଜି ପ୍ରବେଶିକା ପରୀକ୍ଷାର୍ଥୀଙ୍କୁ ସାମ୍ସ ଦେଇଥିଲା ସୁଯୋଗ


15 July 2026

KahuchiTBW: ରାଜ୍ୟରେ ଅନୁଷ୍ଠିତ ହୋଇଥିବା ସାଧାରଣ ପିଜି ପ୍ରବେଶିକା ପରୀକ୍ଷା (CPET-୨୦୨୬) ର ପ୍ରାଥମିକ ସ୍କୋର କିମ୍ବା ମାର୍କକୁ ନେଇ କୌଣସି ଅସନ୍ତୋଷ ଥିଲେ, ପରୀକ୍ଷାର୍ଥୀମାନଙ୍କୁ ଆପତ୍ତି ଦାୟର ପାଇଁ ସୁଯୋଗ ଦିଆଯାଇଥିଲା। ଛାତ୍ରଛାତ୍ରୀମାନେ ସାମ୍ସ (SAMS) ପୋର୍ଟାଲ ମାଧ୍ୟମରେ ଅନଲାଇନରେ ଅଭିଯୋଗ ଜଣାଇବାର ଶେଷ ତାରିଖ ଜୁଲାଇ ୧୩ ଥିଲା। ଏହି ଆପତ୍ତିଗୁଡ଼ିକର ସମୀକ୍ଷା ପରେ ହିଁ ପିଜି ନାମଲେଖା ପାଇଁ ଚୂଡ଼ାନ୍ତ ମେଧା ତାଲିକା (ମେରିଟ୍ ଲିଷ୍ଟ) ବିଭାଗ ପକ୍ଷରୁ ଖୁବଶୀଘ୍ର ପ୍ରକାଶ କରାଯିବ।


9.  ସେଲ୍ଫ-ଫାଇନାନ୍ସିଂ ପାଠ୍ୟକ୍ରମରେ ଲାଗିବ ଫି'ସବ୍-ହେଡିଂ

 

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟୀକରଣଖବର


15 July 2026

KahuchiTBW: ରାଜ୍ୟ ସରକାରଙ୍କ ନୂଆ ମାଗଣା ଶିକ୍ଷା ଯୋଜନା 'ଜ୍ଞାନୋଦୟ' କୁ ନେଇ ଉଚ୍ଚଶିକ୍ଷା ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ସ୍ପଷ୍ଟୀକରଣ ଜାରି କରିଛି। ଏହି ଯୋଜନା କେବଳ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜର ନିୟମିତ (Regular) ପାଠ୍ୟକ୍ରମ ପାଇଁ ଲାଗୁ ହେବ। ଘରୋଇ କଲେଜ, ସେଲ୍ଫ-ଫାଇନାନ୍ସିଂ ଏବଂ ପ୍ରଫେସନାଲ କୋର୍ସ (ଯେପରିକି MBA, MCA) ପାଇଁ ଛାତ୍ରଛାତ୍ରୀଙ୍କୁ ପୂର୍ବଭଳି ନିର୍ଦ୍ଧାରିତ ଫି' ଦେବାକୁ ପଡ଼ିବ। କଲେଜଗୁଡ଼ିକ ମନଇଚ୍ଛା ଅନ୍ୟ କୌଣସି ଫି' ବଢ଼ାଇ ପାରିବେ ନାହିଁ ବୋଲି ମଧ୍ୟ ବିଭାଗ ସ୍ପଷ୍ଟ କରିଛି। 


10. ଏସସିଇଆରଟି (SCERT) ପାଠ୍ୟପୁସ୍ତକ ତ୍ରୁଟି ମାମଲା



ପୂର୍ବତନ ନିର୍ଦ୍ଦେଶକ ମନୋଜ କୁମାର ପାଢ଼ୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚଖବର



15 July 2026

KahuchiTBW: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକଗୁଡ଼ିକରେ ବ୍ୟାପକ ତ୍ରୁଟି ଓ ବିଭ୍ରାଟ ମାମଲାରେ ରାଜ୍ୟ କ୍ରାଇମବ୍ରାଞ୍ଚ ପୂର୍ବତନ ଏସସିଇଆରଟି (SCERT) ନିର୍ଦ୍ଦେଶକ ମନୋଜ କୁମାର ପାଢ଼ୀଙ୍କୁ ଗିରଫ କରିଛି। ବହି ପ୍ରସ୍ତୁତି, ଯାଞ୍ଚ ଓ ମୁଦ୍ରଣରେ ଅବହେଳା ତଥା ଅପରାଧିକ ଷଡ଼ଯନ୍ତ୍ର ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ତାଙ୍କର ଏହି କାର୍ଯ୍ୟ ଯୋଗୁଁ ସରକାରୀ ରାଜକୋଷକୁ ପ୍ରାୟ ୧୭୫ କୋଟି ଟଙ୍କାର କ୍ଷତି ପହଞ୍ଚିଥିବା କ୍ରାଇମବ୍ରାଞ୍ଚ କହିଛି। ଏହାପୂର୍ବରୁ ରାଜ୍ୟ ସରକାର ଶ୍ରୀ ପାଢ଼ୀଙ୍କ ସମେତ ଅନ୍ୟ ୩ ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବିତ କରିଥିଲେ। ସମ୍ପୂର୍ଣ୍ଣ ମାମଲାର ଅଧିକ ଖୋଳତାଡ଼ ପାଇଁ କ୍ରାଇମବ୍ରାଞ୍ଚର ତଦନ୍ତ ଜାରି ରହିଛି।

Leave a comment