Daily Quotes

ସଦ୍‌ଗୁରୁଙ୍କ ଅଫିସିଆଲ ଓଡ଼ିଆ ୟୁଟ୍ୟୁବ ଚ୍ୟାନେଲ Sadhguru Odia 
ଏହି ଚ୍ୟାନେଲରେ ଦେଖନ୍ତୁ ସଦ୍‌ଗୁରୁଙ୍କ ପ୍ରଜ୍ଞା ଓ ଅର୍ନ୍ତଦୃଷ୍ଟିରେ ଭରା ଜ୍ଞାନବର୍ଦ୍ଧକ ଭିଡିଓ । ଜଣେ ସିଦ୍ଧ ଯୋଗୀ ଓ ଦିବ୍ୟଦ୍ରଷ୍ଟା, ଜଣେ ଉତ୍ତମ ବକ୍ତା ତଥା ମତ-ଉପସ୍ଥାପକ ଭାବରେ ସଦ୍‌ଗୁରୁ ଆନ୍ତର୍ଜାତିକ ସ୍ତରରେ ଖ୍ୟାତ । ତାଙ୍କର ଅସାଧାରଣ ଏବଂ ଅନନ୍ୟ ସେବାକାର୍ଯ୍ୟ ନିମନ୍ତେ ଭାରତର ସର୍ବୋଚ୍ଚ ବାର୍ଷିକ ନାଗରିକ ପୁରସ୍କାର ପଦ୍ମବିଭୂଷଣରେ ତାଙ୍କୁ ସମ୍ମାନିତ କରାଯାଇଛି । କେବଳ ଆଧ୍ୟାତ୍ମିକ ପ୍ରସଙ୍ଗରେ ନୁହେଁ, ବ୍ୟବସାୟିକ, ପର୍ଯ୍ୟାବରଣ ସମ୍ପର୍କିତ ଏବଂ ଅନ୍ତଃରାଷ୍ଟ୍ରୀୟ ବ୍ୟାପାର ଆଦି କ୍ଷେତ୍ରରେ ମଧ୍ୟ ତାଙ୍କର ସ୍ୱତନ୍ତ୍ର ମାନ୍ୟତା ରହିଛି । ସେ ମଧ୍ୟ ଜନକଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ ଲାଭ ରହିତ ସଂସ୍ଥା ଈଶା ଫାଉଣ୍ଡେସନର ସଂସ୍ଥାପକ ଅଟନ୍ତି । ବିଶ୍ୱ ଶାନ୍ତି ଏବଂ ସୁଖ ସମୃଦ୍ଧି ଦିଗରେ ନିରନ୍ତର କାର୍ଯ୍ୟରତ ସଦ୍‌ଗୁରୁଙ୍କର ରୂପାନ୍ତରଣକାରୀ କାର୍ଯ୍ୟକ୍ରମ ଦ୍ୱାରା ଦୁନିଆର କୋଟି କୋଟି ଲୋକଙ୍କୁ ଜୀବନର ଏକ ନୂଆ ଦିଗ ମିଳିଛି ।