TBW Students Cricket League: Season – 2 Commences

ଆରମ୍ଭ ହେଲା TBW ଷ୍ଟୁଡେଣ୍ଟ୍ କ୍ରିକେଟ୍ ଲିଗ୍: ସିଜନ୍ - ୨

ହୁଇସିଲ୍ ବଜା ଟୁର୍ଣ୍ଣାମେଣ୍ଟ ନାମରେ ପ୍ରସିଦ୍ଧ TBW ଷ୍ଟୁଡେଣ୍ଟ୍ କ୍ରିକେଟ୍ ଲିଗ୍ ର ପ୍ରଥମ ସିଜନ୍ ର ଅପୁର୍ବ ସଫଳତା ପରେ, ଛତିଆସ୍ଥିତ ଅମୋଘା ମେଗା ସ୍କାଇ ବକ୍ସ୍ କ୍ରିକେଟ୍ ଷ୍ଟାଡିଅମ୍ ରେ ଖୁବ୍ ଜୋର୍ ସୋର୍ ରେ ପୁଣିଥରେ ଆରମ୍ଭ ହୋଇ ଯାଇଛି TBW ଷ୍ଟୁଡେଣ୍ଟ୍ କ୍ରିକେଟ୍ ଲିଗ୍ ର ଦ୍ଵିତୀୟ ସିଜନ୍ |

ନଭେମ୍ବର୍ ୨୬ ତାରିଖରେ ଆରମ୍ଭ ହୋଇଥିବା ଏହି ସିରିଜ୍ ର ପ୍ରଥମ ଦିନରେ ଚାରିଟି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା | ପ୍ରଥମ ମ୍ୟାଚ୍ ରେ କନ୍ଧମାଳ ସୁପର୍ ଇଲେବେନ୍ ଏବଂ ଏଲିଟ୍ ପାନ୍ଥର୍ (ବହୁଗ୍ରାମ୍ କଲେଜ୍, ପାଗା) ମୁହାଁମୁହିଁ ହୋଇଥିଲେ | ଏହି ମ୍ୟାଚ୍ ରେ କନ୍ଧମାଳ ସୁପର୍ ଇଲେବେନ୍ ଦଳ ଏଲିଟ୍ ପାନ୍ଥର୍ ଦଳକୁ ୨୮ ରନ୍ ରେ ହରାଇ ବିଜୟୀ ହୋଇଥିଲେ ଏବଂ ସେହି ଦଳର ଆଶିଷ୍ ରଞ୍ଜନ୍ ମଲ୍ଲିକ୍ ନିଜର ୧୩୬ ରନ୍ ର ଅତୁଳନୀୟ ଅବଦାନ ପାଇଁ ପ୍ଲେଅର୍ ଅଫ୍ ଦ ମ୍ୟାଚ୍ ହୋଇଥିଲେ | 

ଲିଗ୍ ର ଦ୍ଵିତୀୟ ମ୍ୟାଚ୍ ରେ ଭଦ୍ରକ୍ ଭଣ୍ଡାରିପୋଖରୀର ସାରଦା ବିଦ୍ୟା ମନ୍ଦିର୍ ଦଳକୁ ୧୦ ଓ୍ବିକେଟ୍ ରେ ହରାଇ ବିଜୟୀ ହୋଇଥିଲେ ବରହମପୁର୍ ପାଓ୍ବର୍ ହିଟିଂ ସିଲ୍କ୍ ସିଟି ଦଳ | ଏହି ମ୍ୟାଚ୍ ରେ ବିଜୟୀ ଦଳର ଶୁଭମ୍ କୁମାର୍ ସାବତ୍ ୨ଟି ଓ୍ବିକେଟ୍ ନେବା ସହିତ ୬୬ ରନ୍ କରି ପ୍ଲେଅର୍ ଅଫ୍ ଦ ମ୍ୟାଚ୍ ହୋଇ ପାରିଥିଲେ | 

ତୃତୀୟ ମ୍ୟାଚ୍ ରେ ସାରଦା ବିଦ୍ୟା ମନ୍ଦିର୍ ଦଳ ସମ୍ମୁଖିନ ହୋଇଥିଲେ କନ୍ଧମାଳ ସୁପର୍ ଇଲେବେନ୍ ସହିତ | ଏହି ମ୍ୟାଚ୍ ରେ କନ୍ଧମାଳ ସୁପର୍ ଇଲେବେନ୍ ୧୦ ଓ୍ବିକେଟ୍ ରେ ଜିତି ଥିଲେ ଏବଂ ବିଜୟୀ ଦଳପାଇଁ ୭୦ ରନ୍ କରିବା ସହିତ ୪ଟି ଓ୍ବିକେଟ୍ ନେଇ ଶ୍ରବଣ କୁମାର୍ ପ୍ଲେଅର୍ ଅଫ୍ ଦ ମ୍ୟାଚ୍ ହୋଇଥିଲେ |

ପ୍ରଥମ ଦିନର ଅନ୍ତିମ ତଥା ଚତୁର୍ଥ ମ୍ୟାଚ୍ ରେ ବରହମପୁର୍ ପାଓ୍ବର୍ ହିଟିଂ ସିଲ୍କ୍ ସିଟି ଏବଂ ଏଲିଟ୍ ପାନ୍ଥର୍ ଦଳ ପରସ୍ପରର ସମ୍ମୁଖିନ ହୋଇଥିଲେ, ଯେଉଁଥିରେ ଏଲିଟ୍ ପାନ୍ଥର୍ ୧୦ ଓ୍ବିକେଟ୍ ରେ ବିଜୟୀ ହୋଇଥିଲେ | ଏହି ଦଳର ଶିଶିର୍ କୁମାର୍ ସାହୁଙ୍କୁ ପ୍ଲେଅର୍ ଅଫ୍ ଦ ମ୍ୟାଚ୍ ଘୋଷିତ କରାଯାଇଥିଲା |

TBW ଷ୍ଟୁଡେଣ୍ଟ କ୍ରିକେଟ ଲିଗ ସିଜନ୍ - ୨ ତିନୋଟି କ୍ୟାଟେଗୋରୀରେ ଅନୁଷ୍ଠିତ ହେଉଛି ଏବଂ ସବୁ କ୍ୟାଟେଗୋରୀ ପାଇଁ ରେଜିଷ୍ଟ୍ରେସନ୍ ଚାଲୁ ଅଛି | ବର୍ତ୍ତମାନ ପର୍ଯ୍ୟନ୍ତ ଓଡିଶାର ବିଭିନ୍ନ ଜିଲ୍ଲାରୁ ୨୦ରୁ ଅଧିକ ଟିମ ରେଜିଷ୍ଟ୍ରେସନ୍ କରିସାରିଲେଣି | ଏଥିସହିତ ବାଳିକା ଖେଳାଳୀମାନଙ୍କ ପାଇଁ ସ୍ବତନ୍ତ୍ର ଟୁର୍ଣ୍ଣାମେଣ୍ଟ୍ ଆୟୋଜନ ହେବାର ଯୋଜନା ଅଛି ଏବଂ ଦୁର ସ୍ଥାନ ମାନଙ୍କରୁ ଆସୁଥିବା ଖେଳାଳୀମାନଙ୍କ ସୁବିଧାପାଇଁ ସବୁପ୍ରକାରର ବ୍ୟବସ୍ଥା ମଧ୍ୟ କରାଯାଇଛି | ଛାତ୍ରଛାତ୍ରୀ ମାନଙ୍କ ଆଗ୍ରହ ଦେଖି ଆୟୋଜକମାନେ ସିଜନ୍ – ୨ ର ସଫଳତା ସିଜନ୍ – ୧ ଠାରୁ ଅଧିକ ହେବ ବୋଲି ଆଶା କରୁଛନ୍ତି | 

 

TBW Students Cricket League: Season – 2 Commences 

After the astounding success of the first season of the TBW Student Cricket League, popularly known as the WISCL Baja Tournament, the second season is back with a bang. Teams from across the state of Odisha have gathered at Chatia, to fight for might in the well-equipped Amogha Mega Sky Box Cricket Stadium.

On the first day of the series, which started on November 26, four league matches were played. In the first match, Kandhamal Super Eleven and Elite Panthers, Bahugram College, Paga faced each other. Kandhamal Super Eleven won the match by 28 runs and Ashish Ranjan Mallick of the winning team became the Player of the Match for his outstanding contribution of 136 runs.

The second league match went to the Power Hitting Silk City team of Berhampur, who defeated Sarada Vidya Mandir team of Bhandaripokhari, Bhadrak by 10 wickets. The winning team’s Shubham Kumar Sabat, who played a valuable innings of 66 runs and took 2 wickets, bagged the Player of the Match title.

In the third match, Sarada Vidya Mandir faced Kandhamal Super Eleven, in which Kandhamal Super Eleven won by 10 wickets. Shraban Kumar became the Player of the Match for taking 4 wickets and scoring 70 runs for his team, which contributed in its win.

The exciting day ended with a win for team Elite Panthers, who defeated Berhampur Power Hitting Silk City team by 10 wickets, in the fourth and final match of the day. Shishir Kumar Sahu of Elite Panthers was declared the Player of the Match for his outstanding performance.

The tournament is being organised in 3 different categories, in which students are participating in huge numbers. Moreover, the enthusiasm of girls’ teams is no less than the boys’ teams. Seeing such huge effect and passion of the students, the organizers hope that the Season-2 will be greater success than the Season-1.



Leave a comment

Please note, comments need to be approved before they are published.