Berhampur Sporting Club, Mahakal Warriors in Super League of TBW Students Cricket Tournament: Season-2

TBW ଷ୍ଟୁଡେଣ୍ଟସ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍: ସିଜନ୍ – ୨: 
ବ୍ରହ୍ମପୁର୍ ସ୍ପୋର୍ଟିଂ କ୍ଲବ୍, ମହାକାଲ୍ ୱାରିଅର୍ସ୍, ପ୍ରଗତୀ ସ୍ପୋର୍ଟିଂ, ବି.ଏଲ୍.ୱାଇ.ସି କ୍ରିକେଟ୍ କ୍ଲବ୍ ସୁପର୍ ଲିଗ୍ ରେ

ବୁଧବାର ଦିନ TBW ଷ୍ଟୁଡେଣ୍ଟସ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ରେ ଗ୍ରୁପ୍ – ଈ ର ଲିଗ୍ ମ୍ୟାଚ୍ ପର୍ଯ୍ୟାୟ ଆୟୋଜିତ ହୋଇଯାଇଛି | ଏହି ମ୍ୟାଚ୍ ସବୁ ଛତିଆଠାରେ ଅବସ୍ଥିତ ଅମୋଘା ମେଗା ସ୍କାଏ ବକ୍ସ୍ କ୍ରିକେଟ୍ ଷ୍ଟାଡିଅମ୍ ରେ ଅନୁଷ୍ଠିତ ହୋଇଥିଲା | ଟେନିସ୍ ବଲ୍ କ୍ରିକେଟ୍ କୁ ଲୋକପ୍ରିୟ କରାଉଥିବା ଏହି ଟୁର୍ଣ୍ଣାମେଣ୍ଟ୍ ରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ଛାତ୍ରଛାତ୍ରୀ ମାନଙ୍କ ଟିମ୍ ମାନେ ଭାଗ ନେଇ ଭିନ୍ନ ଭିନ୍ନ ଗ୍ରୁପ୍ ରେ ଲିଗ୍ ମ୍ୟାଚ୍ ମାନ ଖେଳୁଛନ୍ତି ଏବଂ ପ୍ରତି ଗ୍ରୁପ୍ ରୁ ୪ଟି ଶ୍ରେଷ୍ଠ ଟିମ୍ ସୁପର୍ ଲିଗ୍ କୁ ଯାଉଛନ୍ତି | ବୁଧବାରଦିନ ଏହି ପର୍ଯ୍ୟାୟ ରେ ଅନୁଷ୍ଠିତ ହୋଇଥିବା ଗ୍ରୁପ୍ – ଈ ର ଲିଗ୍ ମ୍ୟାଚ୍ ରେ ଉତ୍କୃଷ୍ଠ ପ୍ରଦର୍ଶନ କରି ଅନ୍ୟ ଟିମ୍ ମାନଙ୍କଠାରୁ ଅଧିକ ପଏଣ୍ଟ୍ ଅର୍ଜନ କରିଥିବା ବ୍ରହ୍ମପୁର୍ ସ୍ପୋର୍ଟିଂ କ୍ଲବ୍, ମହାକାଲ୍ ୱାରିଅର୍ସ୍, ପ୍ରଗତୀ ସ୍ପୋର୍ଟିଂ, ଏବଂ ବି.ଏଲ୍.ୱାଇ.ସି କ୍ରିକେଟ୍ କ୍ଲବ୍ ସୁପର୍ ଲିଗ୍ ପର୍ଯ୍ୟାୟ କୁ ଉନ୍ନିତ ହୋଇଛନ୍ତି |

ନିଜର ପ୍ରଥମ ମ୍ୟାଚ୍ ରେ ବ୍ରହ୍ମପୁର୍ ସ୍ପୋର୍ଟିଂ କ୍ଲବ୍, ବ୍ରହ୍ମପୁର୍ ୧୧ ରନ୍ ରେ ସମ୍ବଲପୁରର ବିଦ୍ୟା ବିକାଶ ଗ୍ରୁପ୍ ଅଫ୍ ଇଂଷ୍ଟିଚ୍ୟୁସନ୍ସ୍ କୁ ହରାଇଥିଲେ ଏବଂ ଦ୍ଵିତୀୟ ମ୍ୟାଚ୍ ୧୦ ୱିକେଟ୍ ରେ ପ୍ରତିଦ୍ୱନ୍ଦୀ ରନ୍ ରେଡର୍ସ୍, ଜାମଗାଂ, ବଲାଙ୍ଗୀରକୁ ହରାଇ ଗ୍ରୁପ୍ – ଈ ରେ ସର୍ବାଧିକ ପଏଣ୍ଟ୍ ଅର୍ଜନ କରିଥିଲେ | ଏହି ଦୁଇ ମ୍ୟାଚ୍ ରେ ପ୍ଲେଅର୍ ଅଫ୍ ଦ ମ୍ୟାଚ୍ ହୋଇଥିଲେ ଯଥାକ୍ରମେ ତାପସ୍ ରଞ୍ଜନ ପାତ୍ର ଏବଂ ସୁପ୍ରିତ୍ ପାଢ଼ୀ |

ପଏଣ୍ଟ୍ ଟେବଲ୍ ରେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ବାଲେଶ୍ଵର ର ମହାକାଲ୍ ୱାରିଅର୍ସ୍ ଟିମ୍ ପ୍ରଥମେ ୫୯ ରନ୍ ରେ ଯାଜପୁର ର କର୍ତ୍ତବ୍ୟ କ୍ରିକେଟ୍ ଟିମ୍ କୁ ହରାଇଥିଲେ ଏବଂ ତାପରେ ୬ ରନ୍ ରେ ବି.ଏଲ୍.ୱାଇ.ସି କ୍ରିକେଟ୍ କ୍ଲବ୍, ଯାଜପୁର କୁ ହରାଇ ସୁପର୍ ଲିଗ୍ ରେ ନିଜର ସ୍ଥାନ ସୁରକ୍ଷିତ କରିଥିଲେ | ପ୍ଲେଅର୍ ଅଫ୍ ଦ ମ୍ୟାଚ୍ ଭରତ ମାଝି ଟିମ୍ ର ପ୍ରଥମ ମ୍ୟାଚରେ ଏବଂ ଜୟପ୍ରକାଶ ଖଟୁଆ ଦ୍ଵିତୀୟ ମ୍ୟାଚ୍ ରେ ଶତକ ହାସଲ କରିବା ସହିତ ଗୋଟିଏ ଲେଖାଏଁ ୱିକେଟ୍ ମଧ୍ୟ ନେଇଥିଲେ |

ତୃତୀୟ ସ୍ଥାନରେ ଥିବା ପ୍ରଗତୀ ସ୍ପୋର୍ଟିଂ, ରାଉଲକେଲାର ପ୍ରଥମ ମ୍ୟାଚ୍ ବିଦ୍ୟା ବିକାଶ ଗ୍ରୁପ୍ ଅଫ୍ ଇଂଷ୍ଟିଚ୍ୟୁସନ୍ସ୍ ସହିତ ଟାଇ ହୋଇଥିବା ବେଳେ, ଦ୍ଵିତୀୟ ମ୍ୟାଚ୍ ରେ ସେମାନେ ରନ୍ ରେଡର୍ସ୍ ଟିମ୍ କୁ ୧୦ ୱିକେଟ୍ ରେ ହରାଇବାକୁ ସକ୍ଷମ ହୋଇଥିଲେ | ସେହିଭଳି ସୁପର୍ ଲିଗ୍ କୁ ପ୍ରବେଶ କରିଥିବା ଗ୍ରୁପ୍ – ଈ ର ଚତୁର୍ଥ ଟିମ୍ ମୁଳପାଳ, ଯାଜପୁର୍ ର ଟିମ୍ ବି.ଏଲ୍.ୱାଇ.ସି କ୍ରିକେଟ୍ କ୍ଲବ୍, ଏକ ରୋମାଞ୍ଚପୁର୍ଣ୍ଣ ମ୍ୟାଚ୍ ରେ ଭଦ୍ରକର ମୃତ୍ୟୁଞ୍ଜୟ ଇଲେଭେନ୍ କୁ ୨୪ ରନ୍ ରେ ପରାସ୍ତ କରିଥିଲେ | 

TBW Students Cricket Tournament: Season-2: 
Berhampur Sporting Club, Mahakal Warriors in Super League

Another thrilling match day in Amogha Mega Sky Box Cricket Stadium ended. 8 teams in Group – E fought for their place in the Super League of TBW Students Cricket Tournament, Season-2 on December 18. Owing to their excellent performances in the league matches of Group – E, Berhampur Sporting Club, and Mahakal Warriors, have been promoted to the Super League stage.

Berhampur Sporting Club from Berhampur, who was the top team in Group – E by the day end, defeated Vidya Vikash Group of Institutions of Sambalpur by 11 runs in their first match. And, in their second match, the Berhampur Sporting Club swoop away the match from the Run Raiders, Jamanga, Balangir. Run Raiders lost by 10 wickets. Tapas Ranjan Patra and Supreet Padhi won the Player of the Match titles for their performances for the winning team in the first and second matches respectively.

Mahakal Warriors of Balasore, who finished second on the points table, first defeated Kartabya Cricket team of Jajpur by 59 runs, and then secured their place in the Super League by defeating BLYC Cricket Club, Jajpur by 6 runs. Players of these Matches, Bharat Majhi and Jayaprakash Khatua, both scored centuries and took one wicket each in the team’s first and second matches respectively.

Other teams who played well in the Group – E league matches were Pragati Sporting, Rourkela and BLYC Cricket Club, Mulapala, Jajpur. 

While Pragati Sporting, who finished third on the points table, tied their first match against Vidya Vikas Group of Institutions, they managed to win their second match from Run Raiders by 10 wickets. Similarly, BLYC Cricket Club managed to take the fourth position on the points table by defeating Mrityunjay Eleven, Bhadrak by 24 runs. 

As the Super League is drawing closer, the excitement among the players, team mentors, organisers and audience is growing higher. The WISCL sound is alerting the cricket lovers from across the state as they await the thrill that is to come next.

Leave a comment

Please note, comments need to be approved before they are published.