TBW ଷ୍ଟୁଡେଣ୍ଟସ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍: ସିଜନ୍ – ୨
ଶେଷ ହେଲା ଲିଗ୍ ମ୍ୟାଚ୍ ପର୍ଯ୍ୟାୟ: ସୁପର୍ ଲିଗ୍ କୁ ଗଲେ ୧୭ ଟିମ୍
ଟି.ବି.ଡବ୍ଲ୍ୟୁ ପକ୍ଷରୁ ଆୟୋଜିତ ଛାତ୍ର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ର ଦ୍ଵିତୀୟ ସଂସ୍କରଣରେ, ବିଭିନ୍ନ ଗ୍ରୁପ୍ ରେ ବିଭାଜିତ, ଓଡିଶାର ଭିନ୍ନ ଭିନ୍ନ ଜିଲ୍ଲାରୁ ଆସିଥିବା ଟିମ୍ ମାନେ ସୁପର୍ ଲିଗ୍ ରେ ନିଜର ସ୍ଥାନ ସୁରକ୍ଷିତ କରିବା ଲକ୍ଷ୍ୟରେ ପ୍ରତିଦ୍ୱନ୍ଦୀ ମାନଙ୍କୁ କଡା ଟକ୍କର୍ ଦେଇଛନ୍ତି | ନିଜକୁ ସର୍ବଶ୍ରେଷ୍ଠ ପ୍ରମାଣ କରିବାର ଏହି ଲଢ଼େଇରେ ମଙ୍ଗଳବାର ଦିନ ମୁହାଁମୁହିଁ ହୋଇଥିଲେ ଗ୍ରୁପ୍ – ସି ରେ ୪ଟି ଟିମ୍ ଏବଂ ଗ୍ରୁପ୍ – ଏଫ୍ ରେ ୮ଟି ଟିମ୍ |
ଦିନର ପ୍ରଥମ ଭାଗରେ ହୋଇଥିବା ଗ୍ରୁପ୍ – ସି ର ୪ଟି ଲିଗ୍ ମ୍ୟାଚ୍ ରେ ଟିମ୍ ଏସ୍.ବି.ଡି. ଚ୍ୟାଲେଂଜର୍ସ୍, ଯାଜପୁର ଏବଂ ଟିମ୍ ଡି.ଏନ୍.ଏ. ୱାରିଅର୍ସ୍, ବଲାଙ୍ଗୀର ପ୍ରତ୍ୟେକ ୨ଟି ଲେଖାଏଁ ମ୍ୟାଚ୍ ଜିତିଥିଲେ | ସେହିଭଳି ଗ୍ରୁପ୍ – ଏଫ୍ ର ଲିଗ୍ ମ୍ୟାଚ୍ ରେ ନିଜର ଖେଳ କୌଶଳ ଏବଂ ଦକ୍ଷତାର ଉତ୍କୃଷ୍ଟ ପ୍ରଦର୍ଶନ କରି କଟକର ଯୋବ୍ରା ବୁଲ୍ ଡୋମିନେଟର୍ସ୍, ଏବଂ ଯାଜପୁରରୁ ଆସିଥିବା ଟିମ୍ ଏସ୍.ଏସ୍.ଭି.ଏମ୍. ଡୋମିନେଟର୍ସ୍, ଉଭୟେ ଖେଳିଥିବା ସମସ୍ତ, ଅର୍ଥାତ୍ ୨ଟି ଯାକ ମ୍ୟାଚ୍ ଜିତିଥିଲେ |
ଏହି ମ୍ୟାଚ୍ ଗୁଡିକ ସହିତ ସମାପ୍ତ ହୋଇଛି ଲିଗ୍ ପର୍ଯ୍ୟାୟ, ଯେଉଁଥିରେ ଭାଗ ନେଇଥିଲେ ଓଡିଶାର ପ୍ରାୟ ଜିଲ୍ଲାରୁ ମୋଟ ୪୮ଟି ଟିମ୍, ଯେଉଁମାନଙ୍କୁ ୬ଟି ଗ୍ରୁପ୍ ରେ ଭାଗ କରାଯାଇଥିଲା | କଟକ, ଯାଜପୁର ଏବଂ ବ୍ରହ୍ମପୁରରୁ ସବୁଠାରୁ ଅଧିକ ସଂଖ୍ୟକ ଟିମ୍ ଭାଗ ନେଇଥିବା ବେଳେ, ସୁଦୂର ବାଲେଶ୍ୱର, ବଲାଙ୍ଗୀର, ଭଦ୍ରକ, ସୁନ୍ଦରଗଡ, କଳାହାଣ୍ଡି, ଏବଂ କନ୍ଧମାଳ ଇତ୍ୟାଦି ଜିଲ୍ଲାରୁ ମଧ୍ୟ ଏକାଧିକ ଟିମ୍ ଏହି ଟୁର୍ଣ୍ଣାମେଣ୍ଟ୍ ରେ ଭାଗ ନେଇଥିଲେ | ଲିଗ୍ ମ୍ୟାଚ୍ ରେ ନିଜର ପ୍ରଦର୍ଶନ, ଅର୍ଜିତ ପଏଣ୍ଟ୍ ଓ ନେଟ୍ ରନ୍ ରେଟ୍ ଅଧାରରେ, ଏମାନଙ୍କ ମଧ୍ୟରୁ ୧୭ଟି ଟିମ୍ ସୁପର୍ ଲିଗ୍ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି |
ଗ୍ରୁପ୍ – ଏ ରୁ ସୁପର୍ ଲିଗ୍ ପାଇଁ କ୍ଵାଲିଫାଏ କରିଛନ୍ତି, କନ୍ଧମାଳ ସୁପର୍ ଇଲେଭେନ୍ ଏବଂ ବ୍ରହ୍ମପୁରର ଟିମ୍ ଏଲିଟ୍ ଇଲେଭେନ୍ | ସେହିଭଳି ଗ୍ରୁପ୍ – ବି ରୁ ରାୟଗଡା କିଂଗ୍ସ୍ ଇଲେଭେନ୍ ଏବଂ ଭୁବନେଶ୍ୱରର ଜି ରେଭଲ୍ୟୁସନ୍ ଅଲ୍ ଷ୍ଟାର୍ସ୍, ଗ୍ରୁପ୍ – ସି ରୁ କଟକର ଜାଫ୍ନା ଷ୍ଟାଲିନ୍ସ୍ ଏବଂ ଯାଜପୁରର ଏସ୍.ବି.ଡି. ଚ୍ୟାଲେଂଜର୍ସ୍, ଗ୍ରୁପ୍ – ଡି ରୁ ଯାଜପୁରର ବେଂଗଲ୍ ଟାଇଗର୍ ଇଲେଭେନ୍, ଏବଂ ବରଗଡ଼ର କ୍ରିଷ୍ଣା ବିକାଶ୍ ଭିକ୍ଟୋରିଅସ୍, ଗ୍ରୁପ୍ – ଇ ରୁ ବ୍ରହ୍ମପୁର୍ ସ୍ପୋର୍ଟିଂ କ୍ଲବ୍, ଏବଂ ବାଲେଶ୍ୱରର ମହାକାଲ୍ ୱାରିଅର୍ସ୍ ଓ ଗ୍ରୁପ୍ – ଏଫ୍ ରୁ କଟକର ଯୋବ୍ରା ବୁଲ୍ ଡୋମିନେଟର୍ସ୍, ଏବଂ ଯାଜପୁରର ଏସ୍.ଏସ୍.ଭି.ଏମ୍. ଡୋମିନେଟର୍ସ୍ ସୁପର୍ ଲିଗ୍ କୁ ଉନ୍ନିତ ହୋଇଛନ୍ତି |
ଏହି ଟିମ୍ ଗୁଡିକ ବ୍ୟତିତ, ନିଜର ପ୍ରଦର୍ଶନ ଅଧାରରେ ବରଠା, ଯାଜପୁରର ଏମ୍.କେ.ସି.ସି, କାନପୁର୍, ନରସିଂପୁରର ସାଇନ୍ ଇଲେଭେନ୍, ଭାଟଲି, ବରଗଡ଼ର ଏଲିଟ୍ ଆଚିଭର୍ସ୍, ରାଉଲକେଲାର ପ୍ରଗତୀ ସ୍ପୋର୍ଟିଂ ଏବଂ ବଲାଙ୍ଗୀରର ଡି.ଏନ୍.ଏ ୱାରିଅର୍ସ୍ ମଧ୍ୟ ସୁପର୍ ଲିଗ୍ ପର୍ଯ୍ୟାୟକୁ ଉନ୍ନିତ ହୋଇଛନ୍ତି |
ତେବେ କଟକର ଯୋବ୍ରା ବୁଲ୍ ଡୋମିନେଟର୍ସ୍ ଲିଗ୍ ମ୍ୟାଚ୍ ଗୁଡିକରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ସମସ୍ତଙ୍କ ମନ ମୋହି ନେଇଥିଲେ | ଏଥି ସହିତ ଯାଜପୁରର ବେଂଗଲ୍ ଟାଇଗର୍ ଇଲେଭେନ୍ ଏବଂ ରାୟଗଡା କିଂଗ୍ସ୍ ଇଲେଭେନ୍ ମଧ୍ୟ ସେମାନଙ୍କୁ କଡା ଟକ୍କର୍ ଦେବେ ବୋଲି ସବୁ ଆଡେ ଚର୍ଚ୍ଚା | ତେବେ ସୁପର୍ ଲିଗ୍ କୁ ଯାଇଥିବା ଅନ୍ୟ ଟିମ୍ ମାନେ ମଧ୍ୟ ଆସନ୍ତା ମ୍ୟାଚ୍ ଗୁଡିକରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇବାକୁ ସବୁ ପ୍ରକାର ପ୍ରସ୍ତୁତି ସାରିଲେଣି | ସେହିଭଳି ଲିଗ୍ ମ୍ୟାଚ୍ ରେ ଦୁଇଟି ଶତକ ହାସଲ୍ କରିଥିବା ଭାଟଲି, ବରଗଡର ରାଜା ପ୍ରାଧାନ୍ ଏବଂ ୨୦୬ ରନ୍ ହାସଲ୍ କରି ରାଜାଙ୍କୁ କଡା ଟକ୍କର୍ ଦେଉଥିବା ଯାଜପୁରର ରାଜା ଜେନାଙ୍କ ବ୍ୟାଟିଂ ଉପରେ ମଧ୍ୟ ଦର୍ଶକମାନଙ୍କ ଦୃଷ୍ଟି ରହିଛି | ତା’ ସହିତ ଅପେକ୍ଷା ରହିଛି ବଲାଙ୍ଗୀରର ଆଶୁତୋଷ, ଯାଜପୁରର ମଦନ ମୋହନ ଓ ରାଉରକେଲାର ପ୍ରଦୀପଙ୍କ ର ଚମତ୍କାର ବୋଲିଂ ଏବଂ ରାୟଗଡାର ଅଲ୍ ରାଉଣ୍ଡର୍ ଜି. ବି, ଭାସ୍କର୍ ଙ୍କ ପ୍ରଦର୍ଶନକୁ |
ଆସନ୍ତା ଡିସେମ୍ବର ୨୮ ଏବଂ ୨୯ ତାରିଖରେ ସୁପର୍ ଲିଗ୍ ରେ ପରସ୍ପରର ସମ୍ମୁଖିନ ହେବାକୁ ଥିବା ୧୭ଟି ଟିମ୍ ମାନଙ୍କ ମଧ୍ୟରୁ, ୮ ଟି ଟିମ୍ ନକ୍ଆଉଟ୍ ପର୍ଯ୍ୟାୟକୁ ଯିବେ | ଏବଂ ଡିସେମ୍ବର ୩୦ ତାରିଖରେ ହେବାକୁଥିବା ନକ୍ଆଉଟ୍ ପର୍ଯ୍ୟାୟରୁ ଶ୍ରେଷ୍ଠ ୪ ଟିମ୍ ସେମିଫାଇନାଲ୍ ଖେଳିବାକୁ ବଛା ଯିବେ | ସେମାନଙ୍କ ମଧ୍ୟରୁ ସେମିଫାଇନାଲ୍ ରେ ନିଜର ଯୋଗ୍ୟତା ପ୍ରତିପାଦିତ କରି ୨ ସର୍ବଶ୍ରେଷ୍ଠ ଟିମ୍ ଫାଇନାଲ୍ ଖେଳିବାକୁ କ୍ଵାଲିଫାଏ କରିବେ, ଯେଉଁଠି ହେବ ନିଜକୁ ସର୍ବୋତ୍ତମ ସାବ୍ୟସ୍ତ କରିବାର ଲଢ଼େଇ |
ଏହି ସମସ୍ତ ମ୍ୟାଚ୍ ର ସିଧା ପ୍ରସାରଣ ଟି.ବି.ଡବ୍ଲ୍ୟୁ ର ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ କରାଯିବ | ଏହା ବ୍ୟତିତ ଟୁର୍ଣ୍ଣାମେଣ୍ଟ୍ ଜନିତ ସମସ୍ତ ଖବର ଏବଂ ସୁଚନା ଟି.ବି.ଡବ୍ଲ୍ୟୁ ର ୱେବ୍ସାଇଟ୍ ରେ ମଧ୍ୟ ଉପଲବ୍ଧ |
TBW Students Cricket Tournament: Season-2:
League Matches End: 17 Teams Enter Super League
The last 12 league matches of the TBW Students Cricket Tournament, Season-2 were held on December 24. In the league match series teams from different districts of Odisha, battled their opponents to secure a spot in the Super League. Following the trail and with the Champion’s Title in mind, 4 teams in Group – C and 8 teams in Group – F faced each other on the 24th of December.
In the 4 league matches of Group – C, team S.B.D. Challengers, Jajpur and team DNA Warriors, Blangir won 2 matches each. Similarly, in Group – F, Jobra Bull Dominators from Cuttack, and S.S.V.M. Dominators from Jajpur, both made their way to the Super League by winning 2 matches each in their group.
The League match series, which was held between 48 teams, ended with these matches. Teams from almost all the districts of Odisha had come to participate in the tournament. They were divided into 6 groups, in which they played to reserve a spot in the Super League. While the teams from Cuttack, Jajpur and Brahmapur, participated in greater numbers, multiple teams from far-flung districts like Balasore, Balangir, Bhadrak, Sundergarh, Kalahandi, and Kandhamal also participated in the tournament with much enthusiasm. Based on their performances in league matches, points earned by them and net run rate, 17 of these teams have qualified to play the Super League.
Teams entering the Super League phase are, Kandhamal Super Eleven and Elite Eleven, Berhampur from Group – A, Rayagada Kings Eleven and G Revolution All Stars, Bhubaneswar from Group-B, Jafna Stallions, Cuttack and SBD Challengers, Jajpur from Group-C, Bengal Tiger Eleven, Jajpur and Krishna Vikas Victorious, Bargarh from Group-D, Berhampur Sporting Club and Mahakal Warriors, Balasore from Group-E, and Jobra Bull Dominators, Cuttack and S.S.V.M. Dominators, Jajpur from Group-F.
Apart from these, team MKCC of Baratha, Jajpur, team Shine Eleven of Kanpur, Narsinghpur, team Elite Achievers of Bhatli, Bargarh, team Pragati Sporting of Rourkela and team DNA Warriors of Balangir have also been promoted to the Super League stage based on their excellent performances in the league matches.
The Jobra Bull Dominators from Cuttack, however, have dominated the league matches. They have succeeded to earn a good number of fan following for themselves showcasing their skills in the game. But they are not alone in the show. Team Bengal Tiger Eleven from Jajpur and Rayagada Kings Eleven are expected to make things difficult for the Bulls. Then again, its not the fight of the Bulls, the Tigers and the Kings alone. Other teams entering the Super League are also in high spirits and all set to show their best and make it worst for their opponents.
The audience are also eagerly waiting to watch the performances of quite a few players. One of them is Raja Pradhan from Bhatli, Baragarh, who has scored 2 centuries in the league matches. Another player considered a perfect match for Raja Pradhan is Raja Jena from Jajpur, who has scored 206 runs. Apart from these two, audience are also waiting to witness the magic of the bowling sensations Asutosh of Balangir, Madan Mohan of Jajpur and Pradeep of Rourkela, along with the performance of the all-rounder G. B. Bhaskar of Rayagada.
Out of the 17 teams that will face each other in the Super League on December 28th and 29th, 8 teams will go to the Knockout stage. And the top 4 teams from the Knockout stage will go on to play the Semi-finals, which is to be held on December 30. Top 2 teams, who will prove their eligibility by their game in the Semi-finals, will qualify for the Finals, where they will take on each other to prove themselves the best among all.
All the action and adventure will be telecast live on TBW’s YouTube channel. Audience, teams and fans can also visit TBW’s website www.tbwodisha.com for all the news and information related to the said tournament.