TBW Girls’ Cricket League 2024

TBW Students Cricket Tournament: Season – 2

Girls’ Cricket League: Cricket Academy, Lalitgiri, Cuttack Bags the Title

The much awaited Girls’ Cricket League in TBW Students Cricket Tournament has been held on Wednesday. 8 girls’ cricket teams, with participants aged up to 21 years of age, from different corners of Odisha had gathered in the Amogha Mega Skybox Cricket Stadium, Chhatia to be a part of the thrilling game.

Each team played 2 league matches, after which they were ranked according to their performances. Based on the points earned by them, 4 teams advanced to the semi-finals. Team Cricket Academy, Lalitgiri, Cuttack, team Happy Girls, S.A.V., Berhampur, team Panchayat High School, Shasang, Keonjhar, and team Pragati Sporting, Rourkela topped the point table and went on to fight for the title.

The first face-off was between Cricket Academy, Lalitgiri, Cuttack and Pragati Sporting, Rourkela. Cricket Academy, Lalitgiri, Cuttack won the toss and elected to bat first. They scored 137 runs at the loss of 1 wicket in 10 overs. Pragati Sporting gave them a tough fight. But the excellent bowling attack of the Cricket Academy, Lalitgiri restricted Pragati Sporting to 124 runs. Cricket Academy, Lalitgiri won the match by 13 runs and blocked their spot in the finals. Pratisha P. Singh, who had scored 72 valuable runs for her team and contributed in its win was the player of the match.

The second semi-final was played between Happy Girls, S.A.V., Berhampur and Panchayat High School, Shasang, Keonjhar. Happy Girls, S.A.V. won the match by 9 wickets and became a contender in the finals. Team's star player Abhilipsa Patra who scored 60 off just 25 balls became the Player of the Match.

Finally, Cricket Academy, Lalitgiri, Cuttack and Happy Girls, S.A.V., Berhampur met each other for the ultimate showdown. Cricket Academy, Lalitgiri won the toss and elected to bowl first. Happy Girls, S.A.V. made its intentions clear by hitting big strokes and showring runs across the field right from the beginning. They had the tournament’s top player and three-time player of the match, Abhilipsa, as their anchor. Abhilipsa seemed unstoppable, until the 12-year-old Bishnupriya Jena of Cricket Academy, Lalitgiri, who was also the youngest player in the tournament, took a brilliant catch to send Abhilipsa off the field and to keep her team's hopes in the match alive. Happy Girls, S.A.V. made a total of 120 runs, which the players of Cricket Academy, Lalitgiri scored in just 8 overs without losing any wicket.

The exciting tournament ended with Cricket Academy, Lalitgiri emerging as the champions. Team’s Damayanti Jena, who had scored 56 runs in just 25 balls and also took a wicket in the match became the player of the match, while Abhilipsa Patra of the Happy Girls, S.A.V., became the player of the tournament. Abhilipsa had scored the highest, 191 runs, and also took 3 wickets in the tournament. 

Shikhamayee Bhoi, bowler of Maa Manikeswari University CA, Bhawanipatna team was the best bowler of the tournament. She bowled a total of 6 overs in 2 matches and got 4 wickets giving just 27 runs at a 4.5 run rate. Adyasha Kishan of Pragati Sporting, Rourkela, who dismissed 4 batters of the opposition with her excellent fielding, was awarded the best fielder. Apart from them, Damayanti Jena, Sohani Shah, Jharana Das, Pratisha P. Singh, Smrutirekha Ray and Bishnupriya Jena were the MVPs of the tournament.

The champions of the tournament have won 50,000 INR cash prize and the runners-up team, INR 20,000, while the player of the tournament has won 5,000 INR cash prize.

ଅଣ୍ଡର୍ – ୨୧ ଗର୍ଲ୍ସ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍: କ୍ରିକେଟ୍ ଏକାଡ଼ମୀ, ଲଳିତଗିରି, କଟକ ଚାମ୍ପିଅନ୍

ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି TBW ଷ୍ଟୁଡେଣ୍ଟସ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ର ବହୁ ପ୍ରତିକ୍ଷିତ ବାଳିକା କ୍ରିକେଟ ଲିଗ୍ | ଏଥିରେ ଭାଗ ନେଇଥିଲେ ୨୧ ବର୍ଷ ଏବଂ ତାଠାରୁ  କମ୍ ବୟସର ବାଳିକା ମାନଙ୍କର ୮ ଟି ଟିମ୍ | ଏହି ଟୁର୍ଣ୍ଣାମେଣ୍ଟ୍ ପାଇଁ ବ୍ରହ୍ମପୁର୍, ବୌଧ, କେନ୍ଦୁଝର୍, ରାଉଲକେଲା, ଭବାନୀପାଟଣା ଏବଂ ବରଗଡ଼ ଭଳି ଓଡିଶାର ବିଭିନ୍ନ ଜିଲ୍ଲାରୁ ବାଳିକା ଖେଳାଳୀମାନେ ବହୁ ସଂଖ୍ୟାରେ ଛତିଆସ୍ଥିତ ଅମୋଘା ମେଗା ସ୍କାଏ ବକ୍ସ୍ କ୍ରିକେଟ୍ ଷ୍ଟାଡିୟମ୍ ରେ ଏକତ୍ର ହୋଇଥିଲେ |

ପ୍ରତିଟି ଟିମ୍ ୨ ଟି ଲେଖାଏଁ ଲିଗ୍ ମ୍ୟାଚ୍ ଖେଳିଥିଲେ, ଯେଉଁଥିରେ ସେମାନଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ଏବଂ ଅର୍ଜିତ ପଏଣ୍ଟ୍ ଅଧାରରେ ଶ୍ରେଷ୍ଠ ୪ଟି ଦଳ ଯାଇଥିଲେ ସେମିଫାଇନାଲ୍ ରାଉଣ୍ଡ୍ କୁ | ସେମିଫାଇନାଲ୍ କୁ ଯାଇଥିବା ଟିମ୍ ମାନଙ୍କ ମଧ୍ୟରୁ କ୍ରିକେଟ୍ ଏକାଡ଼ମୀ, ଲଳିତଗିରି, କଟକ, ହାପି ଗର୍ଲ୍ସ୍, ଏସ୍.ଏ.ଭି., ବ୍ରହ୍ମପୁର୍, ଏବଂ ପଞ୍ଚାୟତ ହାଇସ୍କୁଲ୍, ଶାସଂଗ, କେନ୍ଦୁଝର ପ୍ରତ୍ୟେକ ୨ଟି ଲେଖାଏଁ ଲିଗ୍ ମ୍ୟାଚ୍ ଜିତିଥିବା ବେଳେ, ପ୍ରଗତି ସ୍ପୋର୍ଟିଂ, ରାଉଲକେଲା ପଏଣ୍ଟ୍ ଟେବଲ୍ ରେ ଚତୁର୍ଥ ସ୍ଥାନ ହାସଲ୍ କରି ସେମିଫାଇନାଲ୍ ରେ ନିଜର ସ୍ଥାନ ସୁରକ୍ଷିତ କରିଥିଲେ | 

ପ୍ରଥମ ସେମିଫାଇନାଲ୍ ରେ ମୁହାଁମୁହିଁ ହୋଇଥିଲେ କ୍ରିକେଟ୍ ଏକାଡ଼ମୀ, ଲଳିତଗିରି, କଟକ ଏବଂ ପ୍ରଗତି ସ୍ପୋର୍ଟିଂ, ରାଉଲକେଲା | ଏହି ମ୍ୟାଚ୍ ରେ କ୍ରିକେଟ୍ ଏକାଡ଼ମୀ, ଲଳିତଗିରି, କଟକ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ ଏବଂ ୧୦ ଓଭର୍ ରେ ୧ ୱିକେଟ୍ ହରାଇ ୧୩୭ ରନ୍ ସ୍କୋର୍ କରିଥିଲେ | ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଇ ପ୍ରଗତି ସ୍ପୋର୍ଟିଂ ଏହି ବିଜୟ ଲକ୍ଷ୍ୟ ହାସଲ୍ କରିବାକୁ ସବୁ ପ୍ରକାର ଚେଷ୍ଟା କରିଥିଲେ | କିନ୍ତୁ କ୍ରିକେଟ୍ ଏକାଡ଼ମୀ, ଲଳିତଗିରିର ଦକ୍ଷ ବୋଲର୍ ମାନେ ତାଙ୍କୁ ୧୨୪ ରନ୍ ରେ ସୀମିତ ରଖି ଦେଇଥିଲେ ଏବଂ ୧୩ ରନ୍ ରେ ବିଜୟୀ ହୋଇ ଫାଇନାଲ୍ କୁ ଯାଇଥିଲେ | ଏହି ମ୍ୟାଚ୍ ରେ ପ୍ରତିଶା ପି. ସିଂ ଦଳର ବିଜୟରେ ନିଜର ୭୨ ରନ୍ ର ବ୍ୟକ୍ତିଗତ ସହଯୋଗ ପାଇଁ ପ୍ଲେଅର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ | 

ଦ୍ଵିତୀୟ ସେମିଫାଇନାଲ୍ ହୋଇଥିଲା ହାପି ଗର୍ଲ୍ସ୍, ଏସ୍.ଏ.ଭି., ବ୍ରହ୍ମପୁର୍ ଏବଂ ପଞ୍ଚାୟତ ହାଇସ୍କୁଲ୍, ଶାସଂଗ, କେନ୍ଦୁଝର ମଧ୍ୟରେ |  ଯେଉଁଥିରେ ହାପି ଗର୍ଲ୍ସ୍, ଏସ୍.ଏ.ଭି. ୯ ୱିକେଟ୍ ରେ ପଞ୍ଚାୟତ ହାଇସ୍କୁଲ୍, ଶାସଂଗକୁ ହରାଇ ଫାଇନାଲ୍ ରେ ନିଜର ସ୍ଥାନ ସୁରକ୍ଷିତ କରିଥିଲେ ଏବଂ ଦଳର ଅଭିଲିପ୍ସା ପାତ୍ର ମାତ୍ର ୨୫ ଟି ବଲ୍ ରେ ୬୦ ରନ୍ କରି ପ୍ଲେଅର୍ ଅଫ୍ ଦ ମ୍ୟାଚ୍ ହୋଇଥିଲେ |

ଶେଷରେ, ଫାଇନାଲ୍ ମ୍ୟାଚ୍ ରେ, କଡା ଟକ୍କର୍ ହୋଇଥିଲା କ୍ରିକେଟ୍ ଏକାଡ଼ମୀ, ଲଳିତଗିରି, କଟକ ଏବଂ ହାପି ଗର୍ଲ୍ସ୍, ଏସ୍.ଏ.ଭି., ବ୍ରହ୍ମପୁର୍ ମଧ୍ୟରେ | ଏହି ମ୍ୟାଚ୍ ରେ କ୍ରିକେଟ୍ ଏକାଡ଼ମୀ, ଲଳିତଗିରି ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲେ | ହାପି ଗର୍ଲ୍ସ୍, ଏସ୍.ଏ.ଭି. ପ୍ରଥମରୁ ହିଁ ଏକ ବଡ ସ୍କୋର୍ କରିବାର ଲକ୍ଷ୍ୟ ରଖି ଧୁଆଁଧାର୍ ବ୍ୟାଟିଂ କରୁଥିଲେ ଯେଉଁଥିରେ ପ୍ରମୁଖ ଭୁମିକା ଥିଲା ୩ ଥର ପ୍ଲେଅର୍ ଅଫ୍ ଦ ମ୍ୟାଚ୍ ହୋଇସାରିଥିବା, ଟୁର୍ଣ୍ଣାମେଣ୍ଟ୍ ର ଟପ୍ ପ୍ଲେଅର୍ ଅଭିଲିପ୍ସାଙ୍କର | ଯେତେବେଳେ ତାଙ୍କୁ ଅଟକାଇବା ଅସମ୍ଭବ ଲାଗୁଥିଲା, କ୍ରିକେଟ୍ ଏକାଡ଼ମୀ, ଲଳିତଗିରିର ଏବଂ ଟୁର୍ଣ୍ଣାମେଣ୍ଟ୍ ସବୁଠାରୁ ଛୋଟ ଖେଳାଳୀ, ୧୨ ବର୍ଷର ବିଷ୍ଣୁପ୍ରିୟା ଜେନା ଏକ ଚମତ୍କାର କ୍ୟାଚ୍ ଧରି ଅଭିଲିପ୍ସାଙ୍କୁ ଫିଲ୍ଡ୍ ବାହାରକୁ ପଠାଇ ଦେଇଥିଲେ ଏବଂ ନିଜ ଟିମ୍ ର ଜିତିବାର ଆଶା ସୁଦୃଢ଼ କରିଥିଲେ | ହାପି ଗର୍ଲ୍ସ୍, ଏସ୍.ଏ.ଭି. ସମୁଦାୟ ୧୨୦ ରନ୍ କରିଥିଲେ, ଯାହାକୁ କ୍ରିକେଟ୍ ଏକାଡ଼ମୀ, ଲଳିତଗିରିର ପ୍ଲେଅର୍ ମାନେ କୌଣସି ୱିକେଟ୍ ନ ହରାଇ ମାତ୍ର ୮ ଓଭର୍ ରେ ହାସଲ କରିଥିଲେ | ଏହି ମ୍ୟାଚ୍ ରେ ବିଜୟୀ ଦଳର ଦମୟନ୍ତୀ ଜେନା ମାତ୍ର ୨୫ ବଲ୍ ରେ ୫୬ ରନ୍ କରିବା ସହିତ ଗୋଟେ ଓଭର୍ ରେ ୧୪ ରନ୍ ଦେଇ ୧ ୱିକେଟ୍ ମଧ୍ୟ ନେଇଥିଲେ | ଦମୟନ୍ତୀ ପ୍ଲେଅର୍ ଅଫ୍ ଦ ମ୍ୟାଚ୍ ହୋଇଥିବା ବେଳେ ପ୍ଲେଅର୍ ଅଫ୍ ଦ ଟୁର୍ଣ୍ଣାମେଣ୍ଟ୍ ହୋଇଥିଲେ ହାପି ଗର୍ଲ୍ସ୍, ଏସ୍.ଏ.ଭି. ର ଅଭିଲିପ୍ସା ପାତ୍ର |  ଅଭିଲିପ୍ସା ପୁରା ଟୁର୍ଣ୍ଣାମେଣ୍ଟ୍ ରେ ସର୍ବାଧିକ ୧୯୧ ରନ୍ ସଂଗ୍ରହ କରିବା ସହିତ ୩ ଟି ୱିକେଟ୍ ମଧ୍ୟ ହାସଲ କରିଥିଲେ | 

ସେହିଭଳି ମା’ ମାଣିକେଶ୍ଵରୀ ୟୁନିଭରସିଟି ସି.ଏ., ଭବାନୀପାଟଣା ଟିମ୍ ର ବୋଲର୍ ଶିଖାମୟୀ ଭୋଇ ଶ୍ରେଷ୍ଠ ବୋଲର୍ ମନୋନିତ ହୋଇଥିଲେ | ଶିଖାମୟୀ ୨ ଟି ମ୍ୟାଚ୍ ରେ ସମୁଦାୟ ୬ ଓଭର୍ ବୋଲିଂ କରି ମାତ୍ର ୪.୫ ରନ୍ ରେଟ୍ ରେ ୨୭ ରନ୍ ଦେଇ ୪ ଟି ୱିକେଟ୍ ହାସଲ କରିଥିଲେ | ଅନ୍ୟପକ୍ଷରେ ପ୍ରଗତି ସ୍ପୋର୍ଟିଂ, ରାଉଲକେଲାର ଆଦ୍ୟାଶା କିଷନ୍ ନିଜର ଉତ୍କୃଷ୍ଟ ଫିଲ୍ଡିଂର ପ୍ରଦର୍ଶନ କରି ଅପରପକ୍ଷର ୪ ଜଣ ବ୍ୟାଟର୍ ଙ୍କୁ  ଆଉଟ୍ କରାଇ ଶ୍ରେଷ୍ଠ ଫିଲ୍ଡର୍ ଭାବେ ମନୋନିତ ହୋଇଥିଲେ | ଏମାନଙ୍କ ବ୍ୟତିତ ଟୁର୍ଣ୍ଣାମେଣ୍ଟ୍ ର ଏମ୍.ଭି.ପି ମାନେ ହେଲେ ଦମୟନ୍ତୀ ଜେନା, ସୋହାନି ଶା, ଝରଣା ଦାସ୍, ପ୍ରତିଶା ପି. ସିଂ, ସ୍ମୃତିରେଖା ରାଏ ଏବଂ ବିଷ୍ଣୁପ୍ରିୟା ଜେନା |

ଟୁର୍ଣ୍ଣାମେଣ୍ଟ୍ ର ବିଜେତା ଦଳ ୫୦,୦୦୦ ଟଙ୍କାର ଆର୍ଥିକ ପୁରସ୍କାର, ଏବଂ ରନର୍ସଅପ୍ ଦଳ ୨୦,୦୦୦ ଟଙ୍କାର ଆର୍ଥିକ ପୁରସ୍କାର ଜିତିଥିବା ବେଳେ, ପ୍ଲେଅର୍ ଅଫ୍ ଦ ଟୁର୍ଣ୍ଣାମେଣ୍ଟ୍ ୫,୦୦୦ ଟଙ୍କାର ଆର୍ଥିକ ପୁରସ୍କାର ଜିତିଥିଲେ |

Leave a comment

Please note, comments need to be approved before they are published.