Rayagada Kings Eleven and Jafna Stallions top the point table in Day-4 of TBW Students Cricket Tournament: Season-2

TBW ଷ୍ଟୁଡେଣ୍ଟସ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍: ସିଜନ୍ – ୨

ପଏଣ୍ଟ୍ ତାଲିକାର ଶୀର୍ଷରେ ଗ୍ରୁପ୍ – ବି ର ରାୟଗଡା କିଙ୍ଗସ୍ ଇଲେଭେନ  ଏବଂ ଗ୍ରୁପ୍ – ସି ର ଜାଫ୍ନା ଷ୍ଟାଲିଅନ୍ସ୍, କଟକ

ଗତ ରବିବାର ଏବଂ ସୋମବାରରେ ଅନୁଷ୍ଠିତ ହୋଇଯାଇଛି TBW ଷ୍ଟୁଡେଣ୍ଟସ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ର ଆଉ ୧୨ଟି ଲିଗ୍ ମ୍ୟାଚ୍ | ଏହି ମ୍ୟାଚ୍ ଗୁଡିକ ମଧ୍ୟରୁ ରବିବାର ଦିନ ଗ୍ରୁପ୍ – ବି ର ୮ଟି ମ୍ୟାଚ୍ ଖେଳ ହୋଇଥିବା ବେଳେ, ସୋମବାର ଦିନ ଗ୍ରୁପ୍ – ସି ର ୪ ଗୋଟି ମ୍ୟାଚ୍ ଖେଳ ହୋଇଥିଲା |

ଗ୍ରୁପ୍ – ବି ର ମ୍ୟାଚ୍ ଗୁଡିକ ମଧ୍ୟରୁ ପ୍ରଥମ ମ୍ୟାଚ୍ ରେ ଚାମ୍ପିୟନ ଚାଲେଞ୍ଜର୍ସ, ନୟାଗଡ଼ ଦଳ ୮ ୱିକେଟ୍ ରେ ଏମ୍.ଏସ୍.ଏସ୍.ଭି.ଏମ୍., ଅରବିନ୍ଦନଗର ଦଳ କୁ ହରାଇ ବିଜୟୀ ହୋଇଥିଲେ | ସେହିଭଳି ଦ୍ଵିତୀୟ ମ୍ୟାଚ୍ ରେ ରାୟଗଡା କିଙ୍ଗସ୍ ଇଲେଭେନ ଦଳ ୮୪ ରନ୍ ରେ ଜଗନ୍ନାଥ କୌଶଲ୍ୟ ଦଳକୁ ପରାସ୍ତ କରି  ବିଜୟୀ ହୋଇଥିଲେ | ତୃତୀୟ ମ୍ୟାଚ୍ ରେ ମଧ୍ୟ ରାୟଗଡା କିଙ୍ଗସ୍ ଇଲେଭେନ ନିଜର ଅତୁଳନୀୟ ପ୍ରଦର୍ଶନ ବଜାୟ ରଖିଥିଲେ ଏବଂ ୧୪୪ ରନ୍ ର ବିଶାଳ ବ୍ୟବଧାନରେ ଏମ୍.ଏସ୍.ଏସ୍.ଭି.ଏମ୍. ଦଳକୁ ପରାସ୍ତ କରିଥିଲେ | ଚତୁର୍ଥ ମ୍ୟାଚ୍ ରେ ଜଗନ୍ନାଥ କୌଶଲ୍ୟ ଦଳ ଭଲ କମବ୍ୟାକ୍ କରିଥିଲେ ଏବଂ  ପ୍ରଥମ ମ୍ୟାଚ୍ ର ଚାମ୍ପିୟନ, ଚାମ୍ପିୟନ ଚାଲେଞ୍ଜର୍ସ ଦଳକୁ ୧୦  ୱିକେଟ୍ ରେ ହରାଇବାକୁ ସକ୍ଷମ ହୋଇଥିଲେ | ତା’ପର ମ୍ୟାଚ୍ ରେ ଜି ରେଭଲ୍ୟୁସନ୍ ଅଲ୍ ଷ୍ଟାର୍ସ୍, ଭୁବନେଶ୍ୱର ଦଳ ହରଗୌରୀ ଏଚ୍.ଏସ୍.ଏସ୍., କୁସୁର୍ଲା ଦଳକୁ ୧୦୩ ରନରେ ହରାଇ ବିଜୟୀ ହୋଇଥିଲେ | ଷଷ୍ଠ ମ୍ୟାଚ୍ ରେ ହରଗୌରୀ ଏଚ୍.ଏସ୍.ଏସ୍. ଦଳ ଭଲ ପ୍ରଦର୍ଶନ କରି ଏସ୍.ଏସ୍.ଭି.ଏମ୍., ସାରଙ୍ଗ, ଢେଙ୍କାନାଳକୁ ୬୬  ରନ୍ ହରାଇବାକୁ ସକ୍ଷମ ହୋଇଥିଲେ | ସେହିଭଳି ସପ୍ତମ ମ୍ୟାଚ୍ ରେ ବୀର୍ ବିର୍ସାମୁଣ୍ଡା ସୀମାନ୍ତ ଏଚ୍.ଏସ୍.ଏସ୍., ଗୈରବାହଲ୍ ୬୧ ରନ୍ ରେ ଏସ୍.ଏସ୍.ଭି.ଏମ୍., ସାରଙ୍ଗ କୁ ହରାଇ ଏବଂ ଅଷ୍ଟମ ମ୍ୟାଚ୍ ରେ ଜି ରେଭଲ୍ୟୁସନ୍ ଅଲ୍ ଷ୍ଟାର୍ସ୍ ୭୫ ରନ୍ ରେ ବୀର୍ ବିର୍ସାମୁଣ୍ଡା ସୀମାନ୍ତ ଏଚ୍.ଏସ୍.ଏସ୍. କୁ ହରାଇ ବିଜୟୀ ହୋଇଥିଲେ | 

ଏହିସବୁ ମ୍ୟାଚ୍ ରେ ପ୍ଲେଅର୍ ଅଫ୍ ଦ ମ୍ୟାଚ୍ ହୋଇଥିଲେ ଯଥାକ୍ରମେ ସିଭମ୍ ସାହୁ, ସିମନ୍ସ୍ କୁମାର ମାଝୀ, ଜି ପି ଭାସ୍କର, ସାହିଲ ବାଗ, ପାର୍ଥ ସାରଥୀ, ଶିବୁ ବାଗ, ସତ୍ୟନାରାୟଣ ଘାଁଝୁ ଏବଂ ରଜତ୍ ଜେନା |

ସୋମବାରରେ ହୋଇଥିବା ଗ୍ରୁପ୍ – ସି ର ଚାରୋଟି ମ୍ୟାଚ୍ ରେ ପ୍ରଥମେ ଜାଫ୍ନା ଷ୍ଟାଲିଅନ୍ସ୍, କଟକ ୧୦ ୱିକେଟ୍ ରେ ଲିଡ୍ସ୍ ସୁପର୍ ଷ୍ଟାର୍, ବ୍ରହ୍ମପୁର୍ କୁ ପରାସ୍ତ କରିଥିଲେ | ଦ୍ଵିତୀୟ ମ୍ୟାଚ୍ ରେ ସାଇନ୍ ଇଲେଭେନ୍, କାନପୁର୍, ନରସିଂପୁର୍ ମଧ୍ୟ ୧୦ ୱିକେଟ୍ ରେ ଲିଡ୍ସ୍ ସୁପର୍ ଷ୍ଟାର୍, ବ୍ରହ୍ମପୁର୍ କୁ ପରାସ୍ତ କରିଥିଲେ | ତୃତୀୟ ମ୍ୟାଚ୍ ରେ ଜାଫ୍ନା ଷ୍ଟାଲିଅନ୍ସ୍ ଦଳ ରାଇନୋଜ୍ ଷ୍ଟ୍ରାଇକର୍, କଟକକୁ ୭୩ ରନ୍ ରେ ହରାଇ ପୁଣିଥରେ ବିଜୟୀ ହୋଇଥିବା ବେଳେ ଚତୁର୍ଥ ମ୍ୟାଚ୍ ରେ ସାଇନ୍ ଇଲେଭେନ୍, ନରସିଂପୁର୍ ୮ ୱିକେଟ୍ ରେ ରାଇନୋଜ୍ ଷ୍ଟ୍ରାଇକର୍, କଟକକୁ ହରାଇ ପୁନର୍ବାର ବିଜୟ ହାସଲ କରିଥିଲେ | ଏହି ମ୍ୟାଚ୍ ଗୁଡିକରେ ଯଥାକ୍ରମେ ଆଶୀଷ୍ କୁମାର୍ ବାରିକ୍, ଅସମ୍ ଛତ୍ର, ପ୍ରିୟାଂଶୁ ମହାରଣା ଏବଂ ହିତାଂଶୁ ମହାରଣା ପ୍ଲେଅର୍ ଅଫ୍ ଦ ମ୍ୟାଚ୍ ହୋଇଥିଲେ |

ରବିବାର ଏବଂ ସୋମାବାରର ଖେଳ ଶେଷ ପରେ, ଲିଗ୍ ମ୍ୟାଚ୍ ର ପଏଣ୍ଟ୍ ତାଲିକା ରେ ଗ୍ରୁପ୍ – ବି ରେ ପ୍ରତ୍ୟେକ ୧୦ ପଏଣ୍ଟ୍ ସହିତ ଶୀର୍ଷରେ ରହିଛନ୍ତି ରାୟଗଡା କିଙ୍ଗସ୍ ଇଲେଭେନ ଏବଂ ଜି ରେଭଲ୍ୟୁସନ୍ ଅଲ୍ ଷ୍ଟାର୍ସ୍, ଭୁବନେଶ୍ୱର | ସେହିଭଳି ଗ୍ରୁପ୍ – ସି ରେ ଶୀର୍ଷରେ ଅଛନ୍ତି ୧୦ ପଏଣ୍ଟ୍ ସହିତ ଜାଫ୍ନା ଷ୍ଟାଲିଅନ୍ସ୍, କଟକ ଏବଂ ୯ ପଏଣ୍ଟ୍ ସହିତ ସାଇନ୍ ଇଲେଭେନ୍, କାନପୁର୍, ନରସିଂପୁର୍ | ଲିଗ୍ ମ୍ୟାଚ୍ ଗୁଡିକରେ ରୋମାଞ୍ଚ ବଢ଼ି ବଢ଼ି ଚାଲିଥିବା ସମୟରେ ସମସ୍ତଙ୍କର ଆଖି ରହିଛି ଆସନ୍ତା ୧୧ ତାରିଖରେ ହେବାକୁଥିବା ବାଳିକା ଟିମ୍ ମାନଙ୍କ ମ୍ୟାଚ୍ ଉପରେ | 

TBW Students Cricket Tournament: Season-2

Rayagada Kings Eleven and Jafna Stallions top the point table

Stars, Kings, Stallions, Challengers and Revolutionaries all fought to prove their might in Amogha Mega Sky Box Stadium at Chatia on 8th and 9th December. A total of 12 league matches in Group – B and Group – C were played in the TBW Students Cricket League in two consecutive days.

The first match of Group – B was between Champion Challengers, Nayagarh and MSSVM, Aravind Nagar. It was an easy win for the Champion Challengers who defeated their opponent by 8 wickets. In the second league match, Rayagada Kings Eleven beat Jagannath Kaushalya team by a huge margin of 84 runs. The Kings continued the thrilling performance in their second and the day’s third match, and beat their opponent MSSVM by even greater margin of 144 runs. In the fourth match, team Jagannath Kaushalya got into action mode as if to avenge the defeat in their first match. They defeated the winners of the first league match, Champion Challengers, by 10 wickets. The stars shone in the next match as the G Revolution All Stars beat Haragouri, HSS, Kusurla by 103 runs. The Haragouri HSS team made a come back in the sixth match. They won from SSVM, Sarang, Dhenkanal team by 66 runs. The seventh match didn’t give SSVM, Sarang any relief either. They lost to Birsamunda Simanta HSS, Gairbahal by 61 runs. But the celebrations didn’t last long for Birsamunda Simanta HSS. In the eighth and final match of Group – B, G Revolution All Stars team defeated them by 75 runs.

The day after the Group – B matches, 4 teams of Group – C got into the circle. In the first match Jafna Stallions, Cuttack took on the Leads Super Star, Berhampur. Jafna Stallions won the match by 10 wickets. The second match was no different for the Leads Super Stars either. They lost to Shine Eleven, Kanpur, Narsinghpur again by 10 wickets. Jafna Stallions bagged more points after defeating Rhinos Striker, Cuttack by 73 runs in the third match of the day. and, Shine Eleven shone again in the fourth match as they defeated Rhinos Striker by 8 wickets.

After these league matches, Rayagada Kings Eleven is leading the Group – B point table with 10 points and G Revolution All Stars are tailing the Kings with the same points. Similarly in Group – C, Jafna Stallions is on top with 10 points and Shine Eleven is on second place with 9 points. 

Leave a comment

Please note, comments need to be approved before they are published.