TBW Students Cricket League Season-2 News

ଶେଷ ହେଲା ଟି.ବି.ଡବ୍ଲ୍ୟୁ ଷ୍ଟୁଡେଣ୍ଟସ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍: ସିଜିନ୍ – ୨
କଟକର ଜାଫ୍ନା ଷ୍ଟାଲିଆନ୍ସ ଚାମ୍ପିଅନ୍ ଓ ଭଟଲିର ରାଜା ପ୍ରଧାନ ସର୍ବଶ୍ରେଷ୍ଠ ଖେଳାଳୀ

ଗତ ଡିସେମ୍ବର ୩୦ ତାରିଖରେ ଶେଷ ହୋଇଛି ଟି.ବି.ଡବ୍ଲ୍ୟୁ ପକ୍ଷରୁ ଆୟୋଜିତ ଷ୍ଟୁଡେଣ୍ଟସ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ର ଦ୍ଵିତୀୟସଂସ୍କରଣ | ଏଥିରେ ଚାମ୍ପିଆନ୍ ହେବା ଦୌଡରେ ସାମିଲ୍ ହୋଇଥିଲେ ଓଡିଶାର କୋଣ ଅନୁକୋଣରୁ ଆସିଥିବା ୪୮ଟି ଟିମ୍ | ଓଡିଶାର ଦୂର ଦୁରାନ୍ତ ଯଥା କନ୍ଧମାଳ, ବରଗଡ଼, ଗଂଜାମ, ରାୟଗଡା ଓ ସୁନ୍ଦରଗଡ଼ ଜିଲ୍ଲାମାନଙ୍କରୁ ଆସିଥିବା ଦଳ ଏବଂ ଖେଳାଳୀ ମାନଙ୍କ ପ୍ରଦର୍ଶନ ଏବଂ ଉତ୍ସାହ ଚର୍ଚ୍ଚାର ବିଷୟ ଥିଲା | ଏହି ଟିମ୍-ମାନେ ପ୍ରତିଦ୍ୱନ୍ଦୀ ଟିମ୍-ମାନଙ୍କୁ ପ୍ରତି ରନ୍ ପାଇଁ ସଂଘର୍ଷ କରିବାକୁ ବାଧ୍ୟ କରିଥିଲେ |

ବରଗଡ଼ର ଏଲିଟ୍ ଆଚିଭର୍ସ୍ ଟିମ ଓ କଟକର ଜାଫ୍ନା ଷ୍ଟାଲିଆନ୍ସ ଟିମ ଦ୍ୱୟ ଲିଗ ମ୍ୟାଚ୍ ପର୍ଯ୍ୟାୟରୁ ହିଁ ନିଜର ଉତ୍ତମ ତାଳମେଳ, ସୁଦୃଢ ରଣ କୌଶଳ ଏବଂ ଉତ୍କୃଷ୍ଠ ଖେଳର ପ୍ରଦର୍ଶନ କରି ଦର୍ଶକମାନଙ୍କ ମନ ଜିଣି ପାରିଥିଲେ | ଫାଇନାଲ ମ୍ୟାଚରେ ଏହି ଦୁଇ ଶକ୍ତିଶାଳୀ ଦଳ ମୁହାଁମୁହିଁ ହୋଇଥିଲେ | ଟୁର୍ଣ୍ଣାମେଣ୍ଟରେ 500 ରୁ ଅଧିକ ରନ କରିଥିବା ଭଟଲିର ରାଜା ପ୍ରଧାନଙ୍କ ପାଇଁ କଟକର ଶ୍ରେଷ୍ଠ ବୋଲର ଆଶୁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲେ ଓ ତାଙ୍କୁ ଆରମ୍ଭରୁ ହିଁ ଆଉଟ କରି ଦେଇଥିଲେ | ସମଗ୍ର ଟୁର୍ଣ୍ଣାମେଣ୍ଟରେ ପ୍ରତି ମ୍ୟାଚରେ 200 ରୁ ଅଧିକ ରନ କରୁଥିବା ବରଗଡ଼ର ଏଲିଟ୍ ଆଚିଭର୍ସ୍ ଟିମ ଫାଇନାଲ୍ ମ୍ୟାଚ୍-ରେ କିନ୍ତୁ କଟକର ଜାଫ୍ନା ଷ୍ଟାଲିଆନ୍ସ୍ ସମ୍ମୁଖରେ କେବଳ ୧୪୮ ରନ୍ ର ବିଜୟ ଲକ୍ଷ୍ୟ ରଖିପାରିଥିଲେ | ଏହି ଲକ୍ଷ୍ୟକୁ ଜାଫ୍ନା ଷ୍ଟାଲିଆନ୍ସ୍ ଅତି ସହଜରେ ମାତ୍ର ଗୋଟିଏ ୱିକେଟ୍ ହରାଇ ହାସଲ କରିନେଇଥିଲେ | ଦଳର ବିଜୟରେ ନିଜର ୭୦ ରନ୍ ର ବ୍ୟକ୍ତିଗତ ଯୋଗଦାନ ପାଇଁ ପ୍ରିୟାଂଶୁ ମହାରଣା ପ୍ଲେଅର୍ ଅଫ୍ ଦ ମ୍ୟାଚ୍ ହୋଇଥିବା ବେଳେ, ଆଶିଷ୍ କୁମାର ବାରିକ୍ ନିଜର ଉତ୍ତମ ପ୍ରଦର୍ଶନ ପାଇଁ ପୁରସ୍କୃତ ହୋଇଥିଲେ |

ତେବେ ନିଜ ଚମତ୍କାର ବ୍ୟାଟିଂ ବଳରେ ଭଟଲି, ବରଗଡ଼ର ରାଜା ପ୍ରାଧାନ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୫୩୧ ରନ୍ ସଂଗ୍ରହ କରି ସର୍ବଶ୍ରେଷ୍ଠ ଖେଳାଳୀର ଟାଇଟେଲ୍ ହାସଲ କରିଥିଲେ | ସେହିଭଳି କନ୍ଧମାଳର ଆଶିଷ୍ ରଂଜନ ମଲ୍ଲିକ୍ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ବେଷ୍ଟ୍-ବ୍ୟାଟର୍ ଏବଂ କଟକର ଆଶୁ ବେଷ୍ଟ୍-ବୋଲରର ଟାଇଟେଲ୍ ଜିତିଥିଲେ | ଆଶିଷ୍ ପୁରା ଟୁର୍ଣ୍ଣାମେଣ୍ଟ୍ ରେ ୪୪୪ ରନ୍ ସ୍କୋର୍ କରିଥିବା ବେଳେ, ଆଶୁ ସମୁଦାୟ ୭ଟି ଇନିଂସ୍-ରେ ୯ ଟି ୱିକେଟ୍ ହାସଲ କରିଥିଲେ | ଏଥିସହିତ ୩୮୪ ରନ୍ ସହିତ ୮ଟି ୱିକେଟ୍ ନେଇ ଭୁବନେଶ୍ୱରର ରଜତ୍ ଜେନା, ୩୯୭ ରନ୍ ସହିତ ୩ ଟି ୱିକେଟ୍ ନେଇ ଭଟଲି, ବରଗଡ଼ର ପ୍ରଜ୍ଞାନ ପ୍ରୟାସ୍, ଏବଂ ୩୦୬ ରନ୍ କରିବା ସହିତ ୭ଟି ୱିକେଟ୍ ନେଇ କନ୍ଧମାଳର ଶ୍ରବଣ କୁମାର୍ ଟି.ବି.ଡବ୍ଲ୍ୟୁ ଷ୍ଟୁଡେଣ୍ଟସ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ସିଜିନ୍–୨ର ଅନ୍ୟ ଶ୍ରେଷ୍ଠ ଖେଳାଳୀ ହୋଇପାରିଥିଲେ | 

ଟୁର୍ଣ୍ଣାମେଣ୍ଟର ଅନ୍ୟ ପ୍ରତିଭାଶାଳୀ ଖେଳାଳିମାନେ ହେଲେ ରାୟଗଡାର ଜି.ପି. ଭାସ୍କର, ବଲାଙ୍ଗୀରର ସାଇରାଜ, ବ୍ରହ୍ମପୁରର ତାପସ, ଶୁଭମ ଏବଂ ପି. ଦିବାକର, ବାଲେଶ୍ୱରର ଜୟପ୍ରକାଶ ଓ ଢେଙ୍କାନାଳର ବଦ୍ରୀନାଥ, ଇତ୍ୟାଦି |

ଟୁର୍ଣ୍ଣାମେଣ୍ଟର ଚମ୍ପିୟାନ ଦଳକୁ 50 ହଜାର ଟଙ୍କା ଓ ରନର୍ସ ଅପ ଟିମକୁ 20 ହଜାର ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଥିଲା | ଏଥି ସହିତ ସର୍ବଶ୍ରେଷ୍ଠ ଖେଳାଳି ବରଗଡ଼ର ରାଜା ପ୍ରାଧାନଙ୍କୁ 10 ହଜାର ଟଙ୍କା ଓ ଅନ୍ୟ 10 ଜଣ ପ୍ରତିଭାଶାଳୀ ଖେଳାଳୀମାନଙ୍କୁ 3 ହଜାର ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଥିଲା | ଏହିପରି ଛାତ୍ରଛାତ୍ରୀମାନଙ୍କ ପାଇଁ ଆହୁରି ଅନେକ ଟୁର୍ଣ୍ଣାମେଣ୍ଟ ନିକଟ ଭବିଷ୍ୟରେ ଅନୁଷ୍ଠିତ ହେବ ବୋଲି ଟି.ବି.ଡବ୍ଲ୍ୟୁର ପରିଚାଳନା ନିର୍ଦ୍ଦେଶକ ଦେବୀପ୍ରସାଦ ଶର୍ମା ଓ ନିର୍ଦ୍ଦେଶକ ସୁଦିପ ଶର୍ମା ସୂଚନା ଦେଇଛନ୍ତି | ଏହି ଷ୍ଟୁଡେଣ୍ଟସ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ସମସ୍ତ ବିବରଣୀ ଟି.ବି.ଡବ୍ଲ୍ୟୁର ୱେବସାଇଟରେ ଉପଲବ୍ଧ ହେବ |

TBW Students Cricket Tournament: Season-2 Concludes with Jaffna Stallions being the Champions

The new year celebrations kicked in early for the Jaffna Stallions as they bagged the title of TBW Students League, Season – 2 on the 30th of December. 48 teams from across Odisha took part in this race of becoming the best. However, Cuttack’s Jaffna Stallions beat them all to lift the Champion’s Trophy.

Jaffna Stallions had won the hearts of the audience, right from the league match stage, with their individual skills, perfect game plan and excellent teamwork. Now they have also succeeded to win the Grand Final by defeating a tough competitor, the Elite Achievers of Bhatli, Bargarh by 9 wickets.

The Achievers had set a 148-run target in front of the Stallions in the finals. Jaffna Stallions achieved this target in just 5 overs and 3 balls with the loss of one wicket. While Priyanshu Moharana was named the Player of the Match for his individual contribution of 70 runs in the team's win, Ashish Kumar Barik was also awarded for his outstanding performance.

However, the Player of the Tournament title went to the crowd’s favourite, the Elite Achievers’ Raja Pradhan, who had scored the highest runs in the entire tournament.Similarly, Ashish Ranjan Mallick of Kandhamal Super Eleven won the Best Batter of the Tournament title and Ashu of Jaffna Stallions was named the Best Bowler of the Tournament.While Ashish had scored 444 runs in the tournament, Ashu had taken 9 wickets in 7 innings. In the final match, Ashu bowled 3 overs and took 2 valuable wickets for just 19 runs,which paved the way for his team’s win.

Throughout the tournament, the performance and enthusiasm of the teams and players from the far-flung districts of Odisha was appreciated the most. Teams like Kandhamal Super Eleven, Elite, Achievers, Bhatli, Bargarh and Rayagada Kings Elevenmade their opponents struggle for each run.Snatching a match from these teams was a tough nut to crack. Not only the teams, but also individual players like,Ashish Ranjan Mallick of Kandhamal Super Eleven, Raja Pradhan of Elite Achievers, All-rounder G. P.Bhaskar of Rayagada Kings Elevenand the top-notch fielder Sairaj of DNA Warriors, Balangir made their statements in the tournament.

Similarly, Bhatli, Bargarh’s Raja Pradhan with his 531 runs, Rajat Jena of Bhubaneswar for his 384 runs and 8 wickets, Kandhamal’s Ashish Ranjan Mallick for his 444 runs and 4 wickets, Pragyan Prayas Patel of Bhatli, Bargarh for his 397 runs and 3 wickets, and Kandhamal’sSraban Kumar with his 306 runs and 7 wickets became the MVPs of the tournament.

 

Leave a comment

Please note, comments need to be approved before they are published.